ଜବାହର ଟନେଲ୍ ନିକଟରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ; ରାଇଫଲ୍‌, IED ବକ୍ସ ଜବତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର କୁଲ୍‌ଗାମ ଜିଲ୍ଲାରେ ଥିବା ଜବାହର ଟନେଲ୍‌(ସୁଡ଼ଙ୍ଗ) ନିକଟରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି।

ଗୁଇନ୍ଦା ସୂଚନା ମିଳିବା ପରେ, ଗତକାଲି ମଧ୍ୟରାତ୍ରରେ ଜାମ୍ମୁରୁ ଶ୍ରୀନଗର ଆସୁଥିବା ଗୋଟିଏ ଟ୍ରକ୍‌କୁ ରାଜ୍ୟ ପୋଲିସ ଓ ସୁରକ୍ଷାକର୍ମୀମାନେ ଜବାହର ସୁଡ଼ଙ୍ଗ ନିକଟରେ ଅଟକାଇଥିଲେ। ଏହାସହ ଟ୍ରକ୍‌ ଡ୍ରାଇଭର ଓ ଏଥିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବାରୁ ଉଭୟେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି ଜଣାପଡ଼ିଥିଲା।

ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକ ନାଁ ବିଲାଲ୍‌ ଅହମ୍ମଦ କୁଟ୍ଟେ ଓ ଅନ୍ୟ ଜଣେ ଶାହନଓ୍ୱାଜ ଅହମ୍ମଦ ମିର୍‌ ବୋଲି ଜଣାପଡ଼ିଛି। ସେମାନଙ୍କର ଘର ସୋପିଆନ୍ ଜିଲ୍ଲା ଛୋଟିପୋରା। ସେମାନଙ୍କ ନିକଟରୁ ଗୋଟିଏ ଏକେ ରାଇଫଲ୍ ସମେତ ୨ଟି ମାଗାଜିନ୍‌ସ୍‌, ଗୋଟିଏ M4 US carbine ସହ ୩ଟି ମାଗାଜିନ୍‌ସ୍, ୬ଟି ଚାଇନିଜ୍ ପିସ୍ତଲ ସମେତ ୧୨ଟି ମାଗାଜିନ୍‌ସ୍ ଓ IED ବକ୍ସ‌ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like