ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ; ଗିରଫ ହେଲେ ୨ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ  ହୋଇଛନ୍ତି।  ଦୁଇ ଗିରଫ ଆତଙ୍କୀ ଜୈଶ୍ ଏ ମହମ୍ମଦର ବୋଲି ଜଣାଯାଇଛି। ଗତକାଲି ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବନ୍ଧୁକ ଓ କାଟ୍ରିଜ୍ ଜବତ କରିଛି। ପୋଲିସ ଏମାନଙ୍କୁ ଧରିବା ପରେ ସହରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି।

ଉଭୟ ଆତଙ୍କବାଦୀଙ୍କୁ ଏବେ ଜେରା କରୁଛି ପୋଲିସ । ସେମାନଙ୍କର ଯୋଜନା କଣ ଥିଲା, କେଉଁଠି ଆକ୍ରମଣର ଷଡ଼ଯନ୍ତ୍ର ହୋଇଥିଲା କି ଏ ନେଇ ଖୋଳତାଡ଼ ଆରମ୍ଭ କରିଛି। ଆଉ କିଏ କିଏ ଏହି ଷଡ଼ଯନ୍ତ୍ରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ଅଛନ୍ତି ସେ ନେଇ ମଧ୍ୟ ଛାନଭିନ କରୁଛି ଦିଲ୍ଲୀ ପୋଲିସ।

ଉଭୟ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କାଶ୍ମୀର ବାରମୁଲା ଅଞ୍ଚଳର ଲତିଫ ମିର ଏବଂ ଅନ୍ୟ ଜଣକ କୁପଓ୍ୱାରା ଅଞ୍ଚଳର ମହମ୍ମଦ ଆଶ୍ରଫ । ଏମାନେ ଦିଲ୍ଲୀରେ ଆକ୍ରମଣ କରି ନେପାଳ ବାଟେ ପାକ୍ ଅଧିକୃତ କାଶ୍ମୀରକୁ ଯିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like