ବାଘୁଣୀ ନୁର ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଜବରଦସ୍ତ ଲଢେଇ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରାଜସ୍ଥାନର ରନ୍ଥମ୍ୱୋର ନାଶନାଲ ପାର୍କର ଦୃଶ୍ୟ।  ଦୁଇଟି ବାଘ ଲଢୁଛନ୍ତି। ଏକଦମ୍‌ ଜୀ-ଜାନ୍‌ ଦେଇ ଲଢୁଛନ୍ତି। ହେଲେ କାହିଁକି ? ଭିଡିଓଟି ସୋଶାଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଦିନର ୨୪ ହଜାର ଭିଉ ସହ ଅନେକ କମେଣ୍ଟ ମଧ୍ୟ ମିଳିଲାଣି।

ଭିଡିଓଟିକୁ ଆଇଏଫଏସ ପ୍ରବୀଣ କାସବାନ୍‌ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। କାସବନ୍‌ଙ୍କ କହିବା ଅନୁଯାୟୀ ଏହି ଦୁଇଟି ବାଘଙ୍କ ଲଢେଇ ଅତ୍ୟନ୍ତ ନୃଶଂସ ଲଢେଇ ଥିଲା। ନାଲପାଲ ପାର୍କରେ ଥିବା ଏହି ଦୁଇ ବାଘଙ୍କ ନମ୍ବର ଯଥାକ୍ରମେ ଟି-୫୭ ଏବଂ ଟି-୫୮।

ଟି-୫୭ ବାଘ ନାମ ସିଙ୍ଗସ୍ଥ ଏବଂ ଟି-୫୮ ବାଘର ନାମ ରକି। ଏମାନେ ଦୁଇ ଭାଇ। ଦୁହେଁ ଏହି ନାଶନାଲ ପାର୍କରେ  ଥିବା ବାଘୁଣୀ ଶର୍ମିଲିର ସନ୍ତାନ ଅଟନ୍ତି।

ତେବେ ଏହି ଦୁଇ ଭାଇ ଏତେ ନୃଶଂସ ଭାବେ କାହିଁକି ଲଢୁଥିଲେ ?

କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ଭାଇ ଟି-୩୯ ବାଘୁଣୀ ନୁର ପାଇଁ ଲଢୁଥିଲେ।

ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ବାଘ ଲଢୁଥିବାବେଳେ ବୁଦା ପଛପଟେ ଏକ ବାଘୁଣୀ ଛିଡ଼ା ହୋଇଛି। ହେଲେ ଦୁଇ ଭାଇଙ୍କ ମଧ୍ୟରେ ଲଢେଇ ଯେତେବେଳେ ଜୋରଦାର ହୋଇଛି ସେତେବେଳେ ସେ ଦୌଡ଼ି ପଳାଉଛି।

କାସବାନ ଶେଷରେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଲଢେଇରେ ଟି-୫୭ ଜିତିଛି। ତେବେ ଏହି ଲଢେଇରେ କେହି ଆହତ ହୋଇ ନାହନ୍ତି।

You might also like