ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆରମ୍ଭ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ସହ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆଲୋଚନା କରୁଛନ୍ତି।  ଏହି ବୈଠକରେ BECA ଅର୍ଥାତ୍‌ ବେସିକ ଏକ୍ସଚେଞ୍ଜ ଆଣ୍ଡ କୋ-ଅପରେଶନ ଏଗ୍ରିମେଣ୍ଟ ଫର ଜିଓ ସ୍ପେଶିଆଲ କୋ-ଅପରେଶନ ପାଇଁ  ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ ।

ଏହି ରାଜିନାମା ଫଳରେ ମିିଲିଟାରୀ ଟାର୍ଗେଟ ନେଇ ଆମେରିକା ସାଟେଇଲାଇଟରୁ ଭାରତ ତଥ୍ୟ ସଂଗ୍ରହ କରିପାରିବ । କେବଳ ଏତିକି ନୁହେଁ ଭାରତ ଓ ଆମେରିକା ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବା ଲାଗି ଏହି ଟୁ ପ୍ଲସ ଟୁ ଆଲୋଚନା ହେଉଅଛି ।ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢ଼ିଥିବାବେଳେ ଆମେରିକା ସହ ରାଜିନାମା ଭାରତ ପାଇଁ ଲାଭଦାୟକ ହେବ ।

ଭୂଭାଗ, ଗଭୀର ସମୁଦ୍ର ଓ ମହାକାଶରେ ମିଶାଇଲ୍‌ର ସ୍ଥାନ ନିରୁପଣ ସଂପର୍କିତ ତଥ୍ୟ ଆମେରିକା ଭାରତକୁ ଯୋଗାଇବ ।ଯାହାଫଳରେ ଶତ୍ରୁପକ୍ଷର ଆକ୍ରମଣ ସଂପର୍କରେ ଭାରତ ତତକ୍ଷଣାତ ଜାଣିପାରିବ । ଏହା ପୂର୍ବରୁ ଗତକାଲି ପ୍ରତିରକ୍ଷା ସଚିବ ମାର୍କ ଏସପର ରାଜନାଥ ସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ଆଜିର ଆଲୋଚନାବେଳେ ମୋଟ୍ ୪ଟି ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ।

You might also like