ସମୟ ବଦଳିଛି, ଶତ୍ରୁ ଏବେ ମିତ୍ର ହେଇଛି

ଅହମ୍ମଦାବାଦ:  ଦିନେ ଥିଲେ ପରମ ଶତ୍ରୁ। ଆଖିରେ ଜଳୁଥିଲା ପ୍ରତିହିଂସାର ନିଆଁ। ସୁଯୋଗ ମିଳିଲେ ଜୀବନ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ ଥିଲେ। ଏପରି ଭୟାନକ ଚିତ୍ର ଦେଖିବାକୁ ମିଳିଥିଲା ୨୦୦୨ ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗା ସମୟରେ। ସେ ସମୟରେ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା ଏକ ଚିତ୍ର।

ଯେଉଁଥିରେ ହିନ୍ଦୁ ଓ ମୁସଲିମ୍‌ ସମ୍ପ୍ରଦାୟର ୨ ବ୍ୟକ୍ତିଙ୍କ ମଧ୍ୟରେ ଘୃଣା, ରାଗଦ୍ୱେଷ କେତେ ମାତ୍ରାରେ ରହିଥିଲା ତାହା ସ୍ପଷ୍ଟ ଜଣାପଡ଼ୁଥିଲା। ଜଣେ ମରଣାନ୍ତକ ଆକ୍ରମଣ ଲାଗି ପ୍ରସ୍ତୁତ ଥିବା ବେଳେ ଅନ୍ୟ ଜଣେ ହାତ ଯୋଡ଼ି ଜୀବନ ଭିକ୍ଷା କରୁଥିଲା। ସେତେବେଳେ ଏହି ୨ ବ୍ୟକ୍ତି ୨୦୦୨ ଦଙ୍ଗାର ଚେହେରା ପାଲଟି ଯାଇଥିଲେ।

Related image

ଇତି ମଧ୍ୟରେ ସମୟ ବଦଳିଛି। ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ଆଉ ସମୟ ଚକ୍ରରେ ଦୁହେଁ ଏବେ ପାଲଟି ଯାଇଛନ୍ତି ଘନିଷ୍ଠ ବନ୍ଧୁ।  ଏହି ୨ ଜଣ ହେଉଛନ୍ତି ଅଶୋକ ପରମାର ଓ କୁତବୁଦ୍ଦିନ ଅନସାରୀ।

Related image

୧୭ ବର୍ଷ ତଳେ ଗୁଜୁରାଟ ଦଙ୍ଗା ସମୟରେ ଉତ୍ତୋଳିତ ଏକ ଫଟୋ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଫଟୋରେ ମୁଣ୍ଡରେ ଗେରୁଆ ରଙ୍ଗର ଏକ ପଟି ବାନ୍ଧି ହାତରେ ଏକ ଲୁହା ରଡ଼ ଧରି ଛିଡ଼ା ହୋଇଥିଲେ ଅଶୋକ ।  ଆଖିରେ ତାଙ୍କର ପ୍ରତିହିଂସାର ନିଆଁ ଜଳୁଥିବା ବେଳେ ପଛପଟେ ଜଳୁଥିଲା ଟାୟାର। ଅନ୍ୟପଟେ ହାତଯୋଡ଼ି  ଲୁହ ଛଳଛଳ ଭରାରେ ଆଖିରେ ଜୀବନ ଭିକ୍ଷା କରୁଥିଲେ କୁତବୁଦ୍ଦିନ ଅନସାରୀ ।

Image result for ashok parmar and qutubuddin ansari

୨୦୧୨ ମସିହାରେ ଏକ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପରସ୍ପରକୁ ଭେଟିବା ପରେ ଏବେ ଦୁଇ ଜଣ ଘନିଷ୍ଠ ବନ୍ଧୁ ପାଲଟିଛନ୍ତି। ଉଭୟ ଏବେ ଏକାଠି ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି । ଅହମ୍ମଦାବାଦରେ ଅଶୋକ ପରମାର ନିଜ ଜୋତା ଦୋକାନ ଉଦ୍‌ଘାଟନ କରିବା ଅବସରରେ କୁତବୁଦ୍ଦିନ ଅନସାରୀଙ୍କୁ ଅତିଥି ଭାବେ ଡାକିଥିଲେ । ‘ଏକତା ଚପଲ ସପ୍’ ନାଁ ଦେଇଥିବା ଏହି ଦୋକାନରେ ଦେଖିବାକୁ ମିଳିଥିଲା ଭାଇଚାରର ଭାବ।  ସାମ୍ପ୍ରଦାୟିକତା ବିରୋଧରେ ଏକାଠି ହୋଇ ଏକତାର ଉଦାହରଣ ସାଜିଛନ୍ତି ଏହି ୨ ଜଣ।

ଆହୁରି ପଢ଼ନ୍ତୁ

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

You might also like