୯ ବର୍ଷ ପରେ ପୁଣି ଇତିହାସ ରଚିଲା ଆମେରିକା, ମହାକାଶକୁ ପଠାଇଲା ମଣିଷ

ଫ୍ଲୋରିଡା‌: ଆମେରିକା ମାଟିରୁ ଐତିହାସିକ ମହାକାଶ ଯାତ୍ରା। ବିଶ୍ୱରେ ପ୍ରଥମ ଥର ପାଇଁ ଘରୋଇ କମ୍ପାନୀ ସହାୟତାରେ ମହାକାଶକୁ ପଠାଗଲା ମଣିଷ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ‘ହ୍ୟୁମାନ୍‌ ସ୍ପେସ୍‌ ମିଶନ୍‌’ ଲଞ୍ଚ୍‌ କରିଛନ୍ତି। ଏଥିସହ ପ୍ରାୟ ୯ ବର୍ଷ ପରେ ପୁଣିଥରେ ମହାକାଶକୁ ମଣିଷ ପଠାଇବାରେ ସଫଳ ହୋଇଛି ଆମେରିକା।

ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ ପୂର୍ବ ପ୍ରସ୍ତୁତି କରିଥିଲା।ଫ୍ଲୋରିଡାରେ ଥିବା କେନେଡି ସ୍ପେସ୍‌ ସେଣ୍ଟରରୁ ନାସାର ‘ସ୍ପେସ୍‌ ଏକ୍ସ ଡେମୋ-୨ ମିଶନ’ ସଫଳତାର ସହ ମହାକାଶକୁ ପଠା ଯାଇଛି।

ଆମେରିକୀୟ ସମୟ ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ନାସାର fabled Launch Pad 39Aରୁ ନାସାର ଦୁଇ ମହାକାଶଚାରୀ ରବର୍ଟ ବେହେଙ୍କେନ୍‌‌ ଏବଂ ଡଗଲାସ୍ ହର୍ଲେଙ୍କୁ ନେଇ ମହାକାଶକୁ ଯାତ୍ରା କରିଛି  SpaceX Falcon 9 rocket‌। ଏହି ମିଶନ ଆରମ୍ଭ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରେ ଉପସ୍ଥିତ ରହିବା ସହ ‘ହ୍ୟୁମାନ୍‌ ସ୍ପେସ୍‌ ମିଶନ୍‌’କୁ ପ୍ରଶଂସା କରିଥିଲେ।

ସୂଚନା ଅନୁସାରେ, SpaceX Dragon Capsule ସଫଳତାର ସହ ପୃଥିବୀ କକ୍ଷରେ ପହଞ୍ଚି ସାରିଛି ଏବଂ ଦୁଇ ମହାକାଶଚାରୀ ସୁରକ୍ଷିତ ଅଛନ୍ତି। ସେମାନେ ପ୍ରତିକ୍ରିୟା ମଧ୍ୟ ଦେଉଥିବା ଜଣାପଡ଼ିଛି। ୯ ବର୍ଷ ପରେ ନାସାକୁ ଏହି ସଫଳତା ମିଳିଥିବା ନାସା ଟ୍ୱିଟ୍‌ କରି କହିଛି। 

ସୂଚନା ଥାଉ କି, ଖରାପ ପାଗ ଯୋଗୁ ଗତ ବୁଧବାର ଦିନ ମିଶନକୁ ସ୍ଥଗିତ କରାଯାଇଥିଲା। 

ଏହା ପୂର୍ବରୁ, ୨୦୧୧ ମସିହା ଜୁଲାଇରେ ଆମରିକା ମହାକାଶକୁ ମାନବ ପଠାଇଥିଲା। ଆଉ ଏବେ ଘରୋଇ କମ୍ପାନୀ ସହାୟତାରେ ମହାକାଶକୁ ମଣିଷ ପଠାଇ ଆମେରିକା ପୁଣିଥରେ ଇତିହାସ ରଚିଛି।

You might also like