ଜାମାତ -ଉଲ୍-ମୁଜାହିଦ୍ଦିନର ୨ ଆତଙ୍କବାଦୀ ଗିରଫ

ମାଲଦା: ବାଂଲାଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜାମାତ -ଉଲ-ମୁଜାହିଦ୍ଦିନର ୨ ଜଣ ଆତଙ୍କବାଦୀଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ୍‌ ଗିରଫ କରିଛି। ଅବଦୁଲ ବରି ଓ ନିଜାମୁଦ୍ଦିନ ଖାନ୍‌ଙ୍କୁ ମାଲଦା ଜିଲ୍ଲା ଅନ୍ତର୍ଗତ ସାମସି ଗାଁରୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ସୋମବାର ପୁଲିସ୍‌ ଜାମାତ ଉଲ-ମୁଜାହିଦ୍ଦିନର ଜଣେ ସମର୍ଥକ ମହମ୍ମଦ ଅବଦୁଲ ଖାସମୀକୁ ଗିରଫ କରିଥିଲା। ତା’କୁ ଜେରା କରିବା ବେଳେ ସେ ଅବଦୁଲ ଓ ନିଜାମୁଦ୍ଦିନ ସମ୍ପର୍କରେ ସୂଚନା ଦେଇଥିଲା।

ପୁଲିସ୍‌ ଆଜି ସକାଳେ ସାମସି ଗାଁରେ ପହଞ୍ଚି ଥିଲା। ତେବେ ପୁଲିସ୍‌କୁ ଦେଖିବା କ୍ଷଣି ଉଭୟ ଖସି ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ପୁଲିସ୍‌ କହିଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like