ବନ୍ୟାରେ ଉବୁଟୁବୁ ଆସାମ: ଗଲାଣି ୪୨ ଜୀବନ

ଦୀସପୁର: ଦେଶରେ କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ବେଳେ ସେପଟେ ବନ୍ୟାପାଣିରେ ଉବୁଟୁବ ହେଉଛି ଆସାମ। ଲଗାଣ ବର୍ଷା ପରେ ବ୍ରହ୍ମପୁତ୍ରରେ ଜଳ ପତ୍ତନ ବୃଦ୍ଧି ପାଇବା ସହ ଆସାମର ଦିବ୍ରୁଗଡ଼ ଓ ପଡ଼ୋଶୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଶନିବାର ଧୁବ୍ରୀ ଓ କୋକରାଝାର ଜିଲ୍ଲାରେ ଦୁଇ ଜଣଙ୍କର ଜୀବନ ଯାଇଥିବା ଥିବା ବେଳେ ରାଜ୍ୟରେ ମୋଟ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ବର୍ଷା ଯୋଗୁ ମାଟି ଅତଡ଼ା ଖସିବାରୁ ବିଭିନ୍ନ ସ୍ଥାନରୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି। 

ରିପୋର୍ଟ ଅନୁସାରେ, ଏହି ବନ୍ୟାରେ ୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ରାଜ୍ୟର ୩୩ ଜିଲ୍ଲାରୁ ୨୦ ଅଞ୍ଚଳରେ ୧,୧୦୯ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି।  ମୋଟ ୮, ୪୭୪ ଲୋକ ୯୨ଟି ରିଲିଫ୍ କ୍ୟାମ୍ପ୍‌ରେ ରହିଛନ୍ତି।

ବନ୍ୟାରେ ବାଦ୍ ପଡ଼ିନି କାଜିରଙ୍ଗା ନ୍ୟାସ୍‌ନାଲ୍‌ ପାର୍କ। ପାର୍କରେ ବନ୍ୟାପାଣି ପଶିଯିବାରୁ ଏଠାରେ ୩୯ପଶୁ ପ୍ରାଣ ହରାଇଛନ୍ତି। ଏଥିରେ ବାର୍‌ହା, ଜଙ୍ଗଲି ଘୁଷୁରୀ ଓ ହରିଣଙ୍କର ମୃତ୍ୟ ହୋଇଛି। ରିପୋର୍ଟ ଅନୁସାରେ, ପାର୍କର ୨୩୩ କ୍ୟାମ୍ପସ ମଧ୍ୟରୁ ୪୬ଟି କ୍ୟାମ୍ପସ୍‌ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି।

କେତେକ ସ୍ଥାନରେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଲୋକେ ବାଲିବସ୍ତା ପକାଇ ଏହାକୁ ରୋକିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି। ତେବେ ଅନ୍ୟ କେତେକ ଅଞ୍ଚଳରେ ବନ୍ୟାପାଣି ପଶିଯାଇଛି।

Here is All You Need to Know About Assam Flood 2019 and Ways to ...
ପ୍ରତିକାତ୍ମକ ଚିତ୍ର

ବନ୍ୟା ଯୋଗୁ ଅନେକ ଘରଦ୍ୱାର ମଧ୍ୟ ବୁଡ଼ିଯାଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ପଡ଼ୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶରେ ମଧ୍ୟ ମାଟି ଅତଡ଼ା ଖସି ଶୁକ୍ରବାର ୮ ଜଣଙ୍କର ଜୀବନ ଯାଇଥିଲା।

Assam Flood Situation
ପ୍ରତିକାତ୍ମକ ଚିତ୍ର

 

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like