ବିବାହର ୨ ମାସ ପରେ ବେଙ୍ଗ ଦମ୍ପତିଙ୍କ ବିଚ୍ଛେଦ!

ଭୋପାଲ: ଠିକ୍‌ ସମୟରେ ବର୍ଷା ନ ହେଲେ ଭାରତୀୟମାନଙ୍କର ଚିନ୍ତା ବଢିଯାଏ। କାରଣ ଚାଷୀଟିଏ ଚାଷ କରିବ ବୋଲି ବର୍ଷାକୁ ଚାହିଁ ବସିଥାଏ। ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେଲେ ବିଭିନ୍ନ ପୂଜାପୂଜି କରିବାର ପରମ୍ପରା ଏଠାରେ ରହିଛି। ବିଶେଷକରି ବର୍ଷା ପାଇଁ ବେଙ୍ଗବେଙ୍ଗୁଲି ବାହାଘର ଭାରତର ଅଧିକାଂଶ ପ୍ରାନ୍ତରରେ ଦେଖିବାକୁ ମିଳିଥାଏ। ହେଲେ ବର୍ଷା ବନ୍ଦ କରିବା ପାଇଁ   ବେଙ୍ଗ ବେଙ୍ଗୁଲିଙ୍କ ବିବାହ ବିଚ୍ଛେଦ କରାଯିବା ବୋଧହୁଏ କେହି ଶୁଣି ନ ଥିବେ। ଏପରି ଏକ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଛି ଭୋପାଳରେ।

ମଧ୍ୟ ପ୍ରଦେଶରେ ଏବେ ପ୍ରବଳ ବର୍ଷା ଲାଗି ରହିଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ଲୋକଙ୍କ ଚିନ୍ତା ବଢିଯାଇଛି। ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଦୁଇମାସ ପୂର୍ବେ ଏଠାରେ ଲୋକେ ବେଙ୍ଗ ବେଙ୍ଗୁଲି ବାହାଘର କରାଇଥିଲେ। ଏବେ ଅତ୍ୟଧିକ ବର୍ଷା ଦେଖି ଏମାନଙ୍କ ବିବାହ ବିଚ୍ଛେଦ କରାଇଛନ୍ତି।

ଦୁଇ ମାସ ତଳେ ଏଠାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା। ଇନ୍ଦ୍ର ଦେବତା ଖୁସି ହେଲେ ବର୍ଷା ହେବ। ସେଥିପାଇଁ ଭୋପାଳର ଶିବ ସେବା ଶକ୍ତି ମଣ୍ଡଳ ପକ୍ଷରୁ ବେଙ୍ଗ ବେଙ୍ଗୁଲି ବାହାଘର ଜୁଲାଇ ୧୯ ତାରିଖରେ ହୋଇଥିଲା। ମାତ୍ର ଏବେ ଭୋପାଳରେ ଲଗାଣ ବର୍ଷା ଜାରି ରହିଛି। ଗତ ୧୩ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇ ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ କହି ରଖିବୁ ମଧ୍ୟ ପ୍ରଦେଶରେ ୨୩ % ଅଧିକ ବର୍ଷା ହୋଇ ସାରିଲାଣି।

ତେଣୁ ବର୍ଷାରେ ଅତିଷ୍ଠ ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଏପରି ଅଭିନବ ଉପାୟ ଆପଣେଇଛନ୍ତି। ଯେହେତୁ ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିର ବାହାଘର ହୋଇଥିଲା ତେଣୁ ବିବାହ ବିଚ୍ଛେଦ କରାଇଲେ ବର୍ଷା ବନ୍ଦ ହେବ ବୋଲି ଏମାନେ ବିଶ୍ୱାସ କରୁଛନ୍ତି। ତେଣୁ ସ୍ଥାନୀୟ ଇନ୍ଦ୍ରପୁରୀ ମନ୍ଦିରରେ ଶିବ ସେବା ଶକ୍ତି ମଣ୍ଡଳ ପକ୍ଷରୁ ଏହି ବିବାହର ଆୟୋଜନ କରାଯାଇଥିଲା।

ଏଥିପାଇଁ ଆୟୋଜକ ଗୋଷ୍ଠୀ ବେଙ୍ଗ ଦମ୍ପତିଙ୍କର ମୂର୍ତ୍ତି ଆଣି ରଖିଥିଲେ।  ରୀତିନିତି ଓ ମନ୍ତ୍ରୋଚାରଣ କରାଯାଇ ବେଙ୍ଗ ବେଙ୍ଗୁଲିଙ୍କର ବିବାହ ବିଚ୍ଛେଦ କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like