WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ୱାଶିଂଟନ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କବାଣୀ ଶୁଣାଇଛି। ଏହି ଭାଇରସ୍‌ରେ ସାରା ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି WHO କହିଛି। କରୋନା ଭ୍ୟାକ୍ସିନ୍‌ ଆବିଷ୍କାର ଓ ଏହାର ବିତରଣ ହେବା ପୂର୍ବରୁ ପାଖାପାଖି ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇ ସାରିଥିବ ବୋଲି ସତର୍କବାଣୀ ଶୁଣାଇଛି WHO। କରୋନାକୁ ରୋକିବାକୁ ଯଦି ମିଳିତ ହୋଇ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ଭୟାନକ ହେବ ବୋଲି WHO କହିଛି।Coronavirus: Which countries have confirmed cases? | News | Al Jazeera

ସୂଚନା ଥାଉକି ବିଶ୍ୱରେ କରୋନା ସଂକ୍ରମଣ ମାମଲା ୩ କୋଟି ୨୭ ଲକ୍ଷରୁ ଅଧିକ ରହିଛି। କରୋନା ମହାମାରୀରୁ ବିଶ୍ୱ ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ନୂଆ ଭାବେ ହେଉଥିବା ସଂକ୍ରମଣ ପାଇଁ ଆମେ ଯୁବ ପିଢ଼ିଙ୍କୁ ଦୋଷ ଦେଇପାରିବା ନାହିଁ ବୋଲି WHOର ମାଇକ ରୟାନ କହିଛନ୍ତି। ମାଇକ ଆହୁରି ମଧ୍ୟ କହିଛନ୍ତି ଯେ ଘରେ ହେଉଥିବା ପାର୍ଟିଂ ଫଙ୍ଗ୍‌ସନରେ ବି କରୋନା ସଂକ୍ରମଣ ବ୍ୟାପୁଛି। ଏହି ପାର୍ଟିରେ ପିଲା ବୁଢ଼ା ସବୁ ସାମିଲ ହେଉଛନ୍ତି। ତେଣୁ ପରସ୍ପର ଉପରେ ଆଙ୍ଗୁଳି ନିର୍ଦ୍ଦେଶ ନ କରିବା ଦରକାର ବୋଲି ସେ କହିଛନ୍ତି।Scientists focus on how immune system T cells fight coronavirus in absence of antibodies – Indonesian Magazine

କରୋନା ଭାଇରସ୍‌ରେ ଆମେରିକାରେ ୨ ଲକ୍ଷ ୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଭାରତରେ ମଧ୍ୟ ଏଥିରେ ୯୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ବ୍ରାଜିଲ୍‌ରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଋଷରେ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର୍‌ କରିଛି।WHO releases technical guidance on management of Coronavirus patient

ତେବେ ସଂକ୍ରମଣ ମାମଲାରେ ସାରା ବିଶ୍ୱରେ ଆମେରିକା ନମ୍ବର ୱାନ୍‌ରେ ରହିଛି। ଏଠାର ସଂକ୍ରମଣ ସଂଖ୍ୟା ୭୨ ଲକ୍ଷରୁ ଅଧିକ ରହିଛି। ତେବେ କିଛି ମାସ ପୂର୍ବେ ସଂକ୍ରମଣ ରୋକିବା ପାଇଁ ବିଶ୍ୱରେ ପ୍ରଶଂସିତ ହେଉଥିବା ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତରେ ସଂକ୍ରମଣ ସଂଖ୍ୟା ୫୯ ଲକ୍ଷରେ ପହଞ୍ଚିଛି। ଖବର ସରବରାହ ସଂସ୍ଥା ରୟର୍ଟସର ଖବର ଅନୁସାରେ WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ପ୍ରମୁଖ ମାଇକ ରୟାନ ୨୦ ଲକ୍ଷ ମୃତ୍ୟୁ ସଂଖ୍ୟାକୁ କେବଳ ଆକଳନ ନୁହେଁ, ଏହା ଆଶଙ୍କା ବୋଲି କହିଛନ୍ତି।Audience Interaction with the Spread of Corona Virus in Kuwait in the Last 24 Hours - Social Watcher

ସୂଚନା ଥାଉକି, କରୋନା ଭାଇରସ୍‌ ସଂକ୍ରମଣ ହେବା ପରଠାରୁ ୯ ମାସରେ ମୋଟ ୯.୯୩ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

ଆହୁରି ପଢ଼ନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ରାଜ୍ୟରେ ୨୪ ଘଣ୍ଟାରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ

ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମଣ‌, ଦିନକରେ ଚିହ୍ନଟ ହେଲେ ୨୦୦ରୁ କମ୍ ଆକ୍ରାନ୍ତ

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ସୁସ୍ଥ ହେଲେ ୧୯୦୮ କରୋନା ଆକ୍ରାନ୍ତ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

You might also like