ପିଆଜ ଚୋରି କରି ବନ୍ଧା ହେଲେ

ପୁଣେ: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ପିଆଜ ଚୋରି ଘଟଣା ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପୁଣେରେ ଏହି ଘଟଣା ଘଟିଛି।

ପୁଣେର ମଉଜେ ଦେଭ୍‌ଜାଲି ଗାଁରୁ ୫୫୦ କିଲୋ ପିଆଜ ଚୋରି କରିବାରେ ଅଭିଯୋଗରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ସଞ୍ଜୟ ପରାଧି ଓ ପୋପତ୍‌ କାଲେ। ପୁଣେର ନାରାୟଣଗାଓଁ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପୁଣେରେ ପିଆଜ ଦର ୧୦୦ ଟଙ୍କା ଅତିକ୍ରମ କରି ସାରିଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ଫସଲ ନଷ୍ଟ ହେବା ପରେ ପିଆଜ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଫଳରେ ଏଭଳି ପିଆଜ ଚୋରି ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି।

You might also like