ନଦୀ ଭିତରେ ସେଲ୍‌ଫି ନେଉଥିଲେ, ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି

ଭୋପାଳ: ନଦୀ ଭିତରେ ପଥର ଉପରେ ବସି ସେଲ୍‌ଫି ନେଉଥିଲେ, ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁ ନଦୀ ଭିତରେ ଫସିଗଲେ ଦୁଇ ଯୁବତୀ। ମଧ୍ୟପ୍ରଦେଶ ଜିଲ୍ଲାରେ ଏହି ଘଟଣା ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ୬ରୁ ୮ ଜଣ ଯୁବତୀ ମଧ୍ୟପ୍ରଦେଶ ଚିନ୍ଦଓ୍ୱାରା ଜିଲ୍ଲା ବେଲଖେଡି ଗାଁ ଦେଇ ଯାଇଥିବା ପେଞ୍ଚ ନଦୀ କୂଳକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। କରୋନା କଟକଣା ସତ୍ତ୍ୱେ ମଧ୍ୟ ସେମାନେ ନଦୀ କୂଳକୁ ଯାଇଥିଲେ। ଏହି ସମୟରେ ନଦୀରେ ପାଣି କମ୍‌ ଥିଲା, ତେଣୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବତୀ ନଦୀ ଭିତରକୁ ଯାଇ ପଥର ଉପରେ ବସି ସେଲ୍‌ଫି ଉଠାଉଥିଲେ। ଏହି ସମୟରେ ହଠାତ୍ ବନ୍ୟା ପାଣି ପ୍ରଖର ସ୍ରୋତରେ ମାଡ଼ି ଆସିଥିଲା ଓ ସେମାନେ ପାଣି ଭିତରେ ଫସି ଯାଇଥିଲେ।

ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

 

ଆହୁରି ପଢ଼ନ୍ତୁ

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

You might also like