ଚୋରି ବେଳେ କୋଇଲା ଖଣ୍ଡ ଖସି ୨ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ରାଞ୍ଚି: କାଳ ହେଲା କୋଇଲା ଚୋରି। କୋଇଲା ଚୋରି କରିବା ପାଇଁ ଖଣିକୁ ଯାଇଥିବା ବେଳେ ହଠାତ୍ କୋଇଲା ଖଣ୍ଡ ଧସିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଝାଡ଼ଖଣ୍ଡର ଧାନବାଦ ନିକଟ ନିରସା ଥାନା କାପାସରାରେ ଥିବା ଇସିଏଲ୍ କୋଇଲା ଖଣିରେ ଘଟିଛି ଏହି ଅଘଟଣ ଘଟିଛି।

ଏହି ଘଟଣାରେ ଅନେକ ବ୍ୟକ୍ତି ମଧ୍ୟ କୋଇଲା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଜି ସକାଳେ ନିକଟବର୍ତ୍ତୀ ଗାଁର ବହୁ ପୁରୁଷ ମହିଳା ଓ ପିଲାମାନେ ଖଣିକୁ ଯାଇଥିବା ବେଳେ ୧୦ ଫୁଟର ଏକ ବିଶାଳ କୋଇଲା ଖଣ୍ଡ ଛାତରୁ ଖସି ପଡ଼ିଥିଲା।   ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

You might also like