କରୋନା ଭୟ; ଡାକ୍ତରଙ୍କୁ ପିଟିଲେ ପଡୋଶୀ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଚାଲିଥିବା କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର। ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ପୁରସ୍କୃତ ତ କରାଯାଉନି। ବରଂ ଅନେକ ଜାଗାରେ ସେମାନଙ୍କୁ ଅପମାନିତ କରାଯାଉଛି, ଆକ୍ରମଣ କରାଯାଉଛି। ଏମିତି ଏକ ଘଟଣା ଘଟିଛି ସଫଦରଜଙ୍ଗ ଅଞ୍ଚଳରେ।

ସଫଦରଜଙ୍ଗ ହସ୍ପିଟାଲର କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତର ଦିଲ୍ଲୀର ଗୌତମ ନଗର ଅଞ୍ଚଳରେ ରୁହନ୍ତି।ଏହି ଡାକ୍ତରଙ୍କୁ ସେମାନଙ୍କ ପଡ଼ୋଶୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପଡୋଶୀମାନେ ସନ୍ଦେହ ଯେ,  ଡାକ୍ତର ଦ୍ୱୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ଅନ୍ୟଜଣେ ଡାକ୍ତର ମନୀଷ କହିଛନ୍ତି,  ରାତି ପ୍ରାୟ ସାଢ଼େ ନଅଟା ବେଳକୁ ମହିଳା ଡାକ୍ତର ଦୁଇଜଣ ଫଳ କିଣିବାକୁ ଘରୁ ବାହାରକୁ ଆସିଥିଲେ।

ଏହି ସମୟରେ, ପଡୋଶୀମାନେ ମହିଳା ଡାକ୍ତର ଦୁହିଁଙ୍କୁ ପାଟି କରିବା ଆରମ୍ଭ କରିଥିଲେ। ।  ଡାକ୍ତର ଦୁହେଁ ନିଜର ପକ୍ଷ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ  ପଡୋଶୀମାନେ ତାଙ୍କର କୌଣସି କଥାକୁ ନଶୁଣି ସେମାନଙ୍କୁ ଆକ୍ରମଣ କରିଥିଲେ।

ଉଭୟ ମହିଳା ଡାକ୍ତରଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ପୋଷ୍ଟିଂ କରାଯାଇଛି। ମନୀଷଙ୍କ କହିବା ଅନୁଯାୟୀ, ଆକ୍ରମଣରେ  ଦୁଇ ମହିଳା ଡାକ୍ତର ଆହାତ ହୋଇଛନ୍ତି। ଏନେଇ ପୋଲିସ ନିକଟରେ ଏକ ମାମଲା ରୁଜୁ କରାଯାଇଛି।

 

You might also like