ବିନା ଡ୍ରାଇଭରରେ ଚାଲୁଥିଲା କାର୍‌; ଗାଡ଼ି ଭିତରେ ଥିଲେ ୨ ଯାତ୍ରୀ, ହଠାତ୍‌….

  • ବିନା ଡ୍ରାଇଭରରେ ଚାଲୁଥିବା କାର୍‌ ଦୁର୍ଘଟଣାଗ୍ରସ୍ତ
  • ଗଛରେ ପିଟି ହୋଇ ଜଳିଗଲା ଲକ୍ସଜୁରି କାର୍‌
  • ନିଆଁ ଲିଭାଇବା ପାଇଁ ୩୦,୦୦୦ ଗ୍ୟାଲୋନ୍‌ ପାଣି ବ୍ୟବହାର ହୋଇଥିଲା
  • ଅତ୍ୟଧିକ ସ୍ପିଡ୍ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାରୁ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା
  • ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ
  • କାର୍‌ଟି ଅଟୋମେଟିକ୍ ହୋଇଥିବାରୁ ବିନା ଡ୍ରାଇଭରରେ ଏହା ଚାଲୁଥିଲା

ଅଷ୍ଟିନ୍‌: ବିନା ଡ୍ରାଇଭରରେ ଚାଲୁଥିଲା କାର୍‌ ଓ ଗାଡ଼ି ଭିତରେ ଥିଲେ ୨ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ କେହିବି ହେଲେ ଡ୍ରାଇଭର ସିଟ୍‌ରେ ବସି ନଥିଲେ କି କାର୍‌ ଚଲାଉ ନଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। କାରଣ, କାର୍‌ଟି ଅଟୋମେଟିକ୍ ହୋଇଥିବାରୁ ବିନା ଡ୍ରାଇଭରରେ ଏହା ଚାଲୁଥିଲା। ତେବେ ବିନା ଡ୍ରାଇଭରରେ ଚାଲୁଥିବା ଏହି କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଓ କାର୍‌ ଭିତରେ ଥିବା ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆମେରିକାର ଟେକ୍ସାସ ରାସ୍ତାରେ ଏହି ବ୍ରାଣ୍ଡେଡ୍ ଟେସ୍‌ଲା କାର୍ ଜଳିଯାଇଛି। ଅତ୍ୟଧିକ ସ୍ପିଡ୍ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାରୁ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଶନିବାର ରାତିରେ ଆମେରିକାର ଟେକ୍ସାସ ରାସ୍ତାରେ ଟେସ୍‌ଲାର ଲକ୍ସଜୁରି କାର୍‌ 2019 Model S ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି, ଡ୍ରାଇଭର ସିଟ୍‌ରେ କେହିବି ବସି ନଥିଲେ। ତେବେ ଗାଡ଼ିର ଆଗରେ ଜଣେ ବସିଥିବା ବେଳେ ଓ ଆଉ ଜଣେ ଯାତ୍ରୀ ଗାଡ଼ିର ପଛରେ ବସିଥିଲେ। ଟେସ୍‌ଲା ପକ୍ଷରୁ ନିର୍ମିତ ଏହି କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବୁଲାଣି ନିକଟରେ ଟର୍ଣ୍ଟ ବଦଳାଇ ପାରି ନଥିଲା। ଏହାପରେ ଗାଡ଼ିଟି ସିଧାଯାଇ ଏକ ଗଛରେ ପିଟି ହୋଇ ଜଳି ଯାଇଥିଲା। ଏଥିରେ କାର୍‌ରେ ଥିବା ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ୩୦,୦୦୦ ଗ୍ୟାଲୋନ୍‌ ପାଣି ବ୍ୟବହାର ହୋଇଥିଲା ବୋଲି ସୂଚନା ମିଳିଛି।

ଦୁର୍ଘଟଣା ପରେ କାର୍‌ଟି ଘଟଣାସ୍ଥଳରେ ହିଁ ହୁତୁ ହୁତୁ ହୋଇ ଜଳିଯାଇଥିଲା। ଟେକ୍ସାସ ପୋଲିସ୍‌ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ଗାଡ଼ିରେ କେହି ଡ୍ରାଇଭର ନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏନେଇ ୯୯.୯ % ନିଶ୍ଚିତ ବୋଲି ପୋଲିସ୍‌ ଦାବି କରିଛି। ଅନ୍ୟପକ୍ଷେ, ଦୁର୍ଘଟଣାକୁ ନେଇ ଟେସ୍‌ଲା ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ପ୍ରତିକ୍ରିୟା ରଖିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ ପୁରା ସ୍ୱୟଂଚାଳିତ ନୁହେଁ। ତେଣୁ ଗାଡ଼ିର ଗତିବିଧି ଉପରେ ପ୍ରତ୍ୟକ୍ଷ ନଜର ରଖିବାକୁ ପଡ଼ିବ ବୋଲି କୁହାଯାଇଛି।

You might also like