କାରଖାନାରୁ ଗ୍ୟାସ୍ ଲିକ୍ ହୋଇ ଦୁଇ ମୃତ; ୪ ମେଡିକାଲରେ ଭର୍ତ୍ତି

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସହରର ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବିଶାଖାପଟନମ୍ ସହରରେ ଥିବା ସାଇନର ଲାଇଫ୍ ସାଇନସ ପ୍ରାଇଭେଟ ଲିମିଟେଡରେ ବେଞ୍ଜିମିଡାଜୋଲ୍ ଗ୍ୟାସ ଲିକ ହୋଇଥିଲା। ଗ୍ୟାସକୁ ନିୟନ୍ତ୍ରଣ କରିବାକୁ କମ୍ପାନୀ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଥିବା ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ଗୁରୁତର ଆହତ ହୋଇଥିବା ୪ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ୟାସ ଲିକ୍ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡି ଘଟଣା ସମ୍ପର୍କରେ ତଦନ୍ତ କରିବା ସହ କମ୍ପାନୀକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ ୭ରେ ବିଶାଖାପଟନମର ଏଲଜି ପଲିମରସ ଇଣ୍ଡିଆ ଲିମିଟେଡରେ ଗ୍ୟାସ ଲିକ୍ ଯୋଗୁଁ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା।

You might also like