କୋଭିଡ ଭାକ୍ସିନକୁ ନେଇ ପ୍ରସ୍ତୁତି ଜୋରଦାର; ୪ ରାଜ୍ୟରେ ଆଜିଠୁ ଡ୍ରାଏ ରନ୍‌

ନୂଆଦିଲ୍ଲୀ:  କେମିତି ଭାରତରେ ହେବ ଟିକାକରଣ ? ଟିକା ଆସିବା ପରେ କେମିତି ବଣ୍ଟାଯିବ ? ଏନେଇ ଆଜି ହେବାକୁ ଯାଉଛି କରୋନା ଭ୍ୟାକସିନ୍ ଟିକାକରଣର ଡ୍ରାଏ ରନ୍ (Dry Run) । ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏହାର ଟ୍ରାଏଲ କରାଯିବ।  ମୁଖ୍ୟତଃ ଟିକା ଆସିବା ପରେ ଏହାର ସଂରକ୍ଷଣ, ବଣ୍ଟନକୁ ଗୁରୁତ୍ୱ ଦିଆଯିବ।

କରୋନା ସଙ୍କଟ ସମୟରେ ଭାକ୍ସିନକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏ ନେଇ ଦୁଇ ଦିନିଆ ଡ୍ରାଏ ରନ କରାଯିବ। ତେବେ କ’ଣ ଏହି ଡ୍ରାଏ ରନ୍‌ର ଉଦ୍ଦେଶ୍ୟ ? ଡ୍ରାଏ ରନ୍‌ର ଲକ୍ଷ୍ୟ ହେଉଛି, ଟୀକାକରଣ ପୂର୍ବରୁ ସମସ୍ତ ପ୍ରସ୍ତୁତିର ଯାଞ୍ଚ କରିବା। ଏପରିକି କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା  ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବ।

କାର୍ଯ୍ୟକ୍ରମ ସମୟରେ ସମସ୍ତ ରାଜ୍ୟ ନିଜ ନିଜର ରିପୋର୍ଟ କେନ୍ଦ୍ରକୁ ଦେବେ । ସରକାରଙ୍କ ଭାକ୍ସିନେଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଭାକ୍ସିନ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୨୩୬୦ ଟ୍ରେନିଂ ସେଶନ ହୋଇ ସାରିଲାଣି। ମେଡିକାଲ ଅଫିସରଙ୍କ ସମେତ ୭ ହଜାର କର୍ମଚାରୀଙ୍କୁ ଏ ନେଇ ପ୍ରଶିକ୍ଷିତ କରାଯାଇଛି।

ତେବେ ଏହି ୪ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ୫ଟି ଲେଖାଏ ସେଶନ ହେବ। ପ୍ରତି ସେଶନ ପାଇଁ ଟିକା ନେବା ଲାଗି ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଡ୍ରାଇ ରନ୍‌ ସମୟରେ ଟିକା ନେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏଥିସହିତ ଭାକ୍ସିନ ଦେବା ପାଇଁ ବିଶେଷ ଭାବେ ପ୍ରସ୍ତୁତ ହୋଇଥିବା ଇଲେକ୍ଟ୍ରୋନିକ୍‌ ଏପ୍ଲିକେଶନ କୋ-ୱିନ୍‌ର ବ୍ୟବହାର ସମ୍ପର୍କିତ ମୂଲ୍ୟାଙ୍କନ ମଧ୍ୟ କରାଯିବ।

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ସୋମବାର କରୋନା ଭାଇରସ ଟିକାକରଣ କାର୍ଯ୍ୟକ୍ରମର ପୂର୍ବାଭ୍ୟାସ କରାଯିବ। ଏଠି କହିରଖିବୁ, ଯେଉଁ ୪ ଜିଲ୍ଲାରେ ଡିସେମ୍ବର୨୮ ତାରିଖ କୋଭିଡ ଟିକାର ପୂର୍ବାଭ୍ୟାସ କରାଯିବ ତା ଭିତରେ  ଆନ୍ଧ୍ର ପ୍ରଦେଶ ରହିଛି।

ଏଥିସହିତ ଏହି ୪ ରାଜ୍ୟର ଟିକା ରଖିବା ପାଇଁ ହୋଇଥିବା କେନ୍ଦ୍ରକୁ ଯାଞ୍ଚ କରାଯିବ। ଟିକା ପାଇଁ ଆବଶ୍ୟକ କରୁଥିବା କୋଲ୍ଡ୍ ଷ୍ଟୋରେଜକୁ ବି ଆଜି ଯାଞ୍ଚ କରାଯିବ।  ବିଶେଷ ଭାବେ ଏହି ୪ ରାଜ୍ୟର ୩୦ କୋଟି ଲୋକଙ୍କ ପାଖରେ ଟିକା ପହଞ୍ଚିବା ନେଇ ଟ୍ରାଏଲ ହେବ। ଏହି  କାର୍ଯ୍ୟକ୍ରମରେ ୨ ହଜାର ୩୬୦ କେନ୍ଦ୍ରରେ ୭ ହଜାର କର୍ମଚାରୀ ସାମିଲ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ଅଧିକାରୀ ପୁରା ତାଲିମ ଉପରେ ନଜର ରଖିଛନ୍ତି।

ସୂଚନାଥାଉ କି,  ସାରା ବିଶ୍ୱରୁ  ଆଜି ସୁଦ୍ଧା ୮,୧୧,୫୦,୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୭୨,୧୧୪ ଜୀବନ ନେଲାଣି କରୋନା। ସେହପରି ଭାରତରେ ବର୍ତ୍ତମାନ ସୁଦ୍ଧା୧,୪୭,୯୪୦ ଜଣ କରୋନାରେ ଆଖି ବୁଜି ସାରିଲେଣି। ଦେଶରେ ଏବେ କରୋନା ସଂକ୍ରମିତ ସଂଖ୍ୟା ୧,୦୨,୦୮,୭୨୫ ଥିବାବେଳେ  ୯୭,୮୨,୬୬୯  ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

You might also like