ସାମ୍ନାସାମ୍ନି ହେବେ ୨ଟି ସାମୁଦ୍ରିକ ବାତ୍ୟା, ଭୂ-ଭାଗରେ ରଚିବେ ପ୍ରଳୟ

ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ନାଁ ଶୁଣିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଏ। କାରଣ ଏହା ଏମିତି ଏର ପ୍ରାକୃତିକ ବିପର୍ଯ୍ୟୟ ଯାହା ମାତ୍ର କେହି ମୁହୂର୍ତ୍ତରେ ସାରା ଦୁନିଆକୁ ଛାରଖାର କରିଦେଇଥାଏ। ତେବେ ଏହାରି ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଏକାଥରେ ୨ଟି ସାମୁଦ୍ରିକ ବାତ୍ୟା ଅଷ୍ଟ୍ରେଲିଆରେ ସୃଷ୍ଟି ହୋଇଛି। ଏହି ଦୁଇଟି ସାମୁଦ୍ରିକ ବାତ୍ୟା ଅଲଗା ଅଲଗା ହୋଇଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ଯିବା ପାଇଁ ସତର୍କ କରାଯାଇଛି। କାରଣ ଏକାସାଙ୍ଗରେ ଦୁଇଟି ସାମୁଦ୍ରିକ ଝଡ଼ ଆସୁଥିବାରୁ ଲୋକମାନେ ଛାନିଆଁ ହୋଇଗଲେଣି। ତେଣୁ ବାତ୍ୟା ମାଡ଼ ହେବା ପୂର୍ବରୁ  ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚେଷ୍ଟା ଚାଲିଛି।

ସୂଚନା ଅନୁସାରେ, ସୃଷ୍ଟି ହେଇଥିବା ଦୁଇଟି ସାମୁଦ୍ରିକ ଚକ୍ରବର୍ତ୍ତୀର ନାମ ହେଉଛି ‘ସେରୋଜା’ ଏବଂ ‘ଓଡ଼େଟ୍’ । ପାଣିପାଗ ବିଭାଗ ଆକଳନ ଅନୁସାରେ ଏହିଭଳି ଘୃର୍ଣ୍ଣିବାତ୍ୟା ବହୁତ କମ ଦେଖିବାକୁ ମିଳେ। ଏହି ବାତ୍ୟା ଯୋଗୁ ପଶ୍ଚିମ ଅଷ୍ଟ୍ରେଲିଆର ମୌସମ ଉପରେ ବହୁତ ଖରାପ ପ୍ରଭାବ ପଡ଼ିପାରେ । ସମୁଦ୍ର ମଧ୍ୟରେ ‘ଓଡ଼େଟ୍’ ଏକ ସାଧାରଣ ଲଘୁଚାପ ଭାବେ ଦେଖା ଯାଇଥିବା ବେଳେ ଶୁକ୍ରବାର ସକାଳେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି । ସେହିପରି ‘ସେରୋଜା’ ଲଘୁଚାପ ଘୃର୍ଣ୍ଣିଝଡ଼ରେ ପରିଣତ ହୋଇସାରିଛି । ଏହି ବାତ୍ୟା ରବିବାର ଅଷ୍ଟ୍ରେଲିଆ ଉପକୂଳରେ ମାଡ଼ ହେବା ସହ ଘଣ୍ଟା ପ୍ରତି ୯୩ କିମି ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ଘୃର୍ଣ୍ଣିବତ୍ୟା ‘ସେରୋଜା’୯୬୦ କିମି ଦୀର୍ଘ ଉପକୂଳରେ ତାଣ୍ଡବ ରଚିବା ନେଇ ସୂଚନା ରହିଛି । ଉପକୂଳବର୍ତ୍ତୀ ଅଂଚଳରେ ଥିବା ଲୋକମାନଙ୍କୁ ବର୍ଷା ଓ ପବନର ଭୟବହତା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ।

ଘୃର୍ଣ୍ଣିବାତ୍ୟା ‘ସେରୋଜା’ ଯୋଗୁ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ଏହି ସାମୁଦ୍ରିକ ଝଡ଼ ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆରେ ବହୁତ କ୍ଷୟକ୍ଷତିି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସେହିଭଳ ଘୃର୍ଣ୍ଣିବାତ୍ୟା ‘ଓଡ଼େଟ୍’ ଖୁବଶୀଘ୍ର ଅଷ୍ଟ୍ରେଲିଆ ଉପକୂଳ ଛୁଇଁବ। ଯେଉଁଥିପାଇଁ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଯୋଗୁ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ ଏକା ସାଙ୍ଗରେ ଦୁଇଟି ବାତ୍ୟା ଆସୁଥିବାରୁ ଚିନ୍ତାରେ ଅଷ୍ଟ୍ରେଲିଆ ବାସିନ୍ଦା।

You might also like