ପତାକା ଉତ୍ତୋଳନ ବେଳେ ଦୁଇ କଂଗ୍ରେସ ନେତା ହାତାହାତି

ଇନ୍ଦୋର: ପତକା ଉତ୍ତୋଳନ ବେଳେ ହାତା ହାତି ହେଲେ ଦୁଇ କଂଗ୍ରେସ ନେତା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶତ୍ରୁଭଳି ପରସ୍ପରକୁ ଅକ୍ରମଣ କଲେ। କଂଗ୍ରେସ ନେତା ଦେବେନ୍ଦ୍ର ସିଂହ ଯାଦବ ଓ ଚନ୍ଦୁ କୁଞ୍ଜିରଙ୍କ ମଧ୍ୟରେ ହାତାହାତି ହେବା ଦେଖି ପୁଲିସ ମଧ୍ୟସ୍ଥତା କରି ଦୁଇନେତାଙ୍କୁ ଝଗଡ଼ା ଭାଙ୍ଗିଥିଲା।

ଖବର ଅନୁସାରେ, ଇନ୍ଦୋରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ଭବନରେ ପତାକା ଉତ୍ତୋଳନ ହେବାର ଥିଲା। ଏଠାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ବି ସରିଥିଲା। କମଲ୍ ନାଥ ପତାକା ଉତ୍ତୋଳନ କରିବାକୁ ଯିବା ବେଳେ କୁଞ୍ଜିର ତାଙ୍କର ୧୨ରୁ ୧୫ ସମର୍ଥକଙ୍କ ସହିତ ମଞ୍ଚ ଆଡ଼କୁ ଯାଉଥିଲେ। ଏହି ସମୟରେ ଦେବେନ୍ଦ୍ର ତାଙ୍କୁ ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ କୁଞ୍ଜିର ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ପୁଲିସ ଆସି ଉଭୟଙ୍କ ଝଗଡ଼ା ଭାଙ୍ଗିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ପତାକା ଉତ୍ତୋଲନ କରି ସେଠାରୁ ଚାଲିଯାଇଥିଲେ।

 

 

You might also like