• translate
Rajalaxmi Sahoo

ବୁରହାନ୍‌ପୁର: ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ ଉପରେ ଚାଲି ଚାଲି ଯାଉଥିଲେ, ପଛରୁ ଆସି ଧକ୍କା ଦେଲା ଟ୍ରେନ୍‌। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଯୁବକଙ୍କ ଜୀବନ। ମଧ୍ୟପ୍ରଦେଶ ବୁରହାନପୁରରେ ଏହି ଅଭାବନୀୟ ଘଟଣା ଘଟିଛି।

ଟ୍ରେନ୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଉଭୟଙ୍କ ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଥିଲା। ମୃତ ୨ ଯୁବକ ବୁରହାନପୁର ବିରୋଦା ଗାଁର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ୨ ଯୁବକ ରେଲ୍‌ୱେ ଟ୍ରାକ୍‌ରେ ଚାଲି ଚାଲି ବୁରହାନପୁର ଯାଉଥିଲେ। ଏହି ସମୟରେ ଉଭୟ ହେଡ୍‌ଫୋନ୍‌ ଲଗାଇଥିଲେ। ସେମାନେ ଏତେ ଜୋର ଶବ୍ଦରେ ଗୀତ ଶୁଣୁଥିଲେ ଯେ, ପଛରୁ ଟ୍ରେନ୍‌ ଆସୁଛି ବୋଲି ଜାଣି ପାରିନଥିଲେ ଓ କର୍ଣ୍ଣାଟକା ଏକ୍ସପ୍ରେସ୍‌ ପଛରୁ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଯେତେବେଳେ ଟ୍ରେନ୍‌ ଲାଲ୍‌ବାଗ୍‌ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲା, ଡ୍ରାଇଭର ଏସମ୍ପର୍କରେ ଅଧିକାରୀଙ୍କୁ ଜଣାଇଥିଲେ।

ହର୍ଣ୍ଣ ବଜାଇବା ସତ୍ତ୍ୱେ ଉଭୟ ଯୁବକ ଟ୍ରାକ୍‌ ଉପରୁ ଆସିନଥିଲେ ବୋଲି ଡ୍ରାଇଭର ଜଣକ କହିଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା। ଟ୍ରେନ୍‌ ଧକ୍କାରେ ଉଭୟଙ୍କ ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଥିଲା ବୋଲି ସୂଚନା ମିଳିଛି।

Other Stories