କଂଗ୍ରେସର ଏହି ବରିଷ୍ଠ ନେତା ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ସଂକଟରେ ଯୁଝୁଛି। ଦିନକୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦେଶବାସୀଙ୍କୁ ନିଦ ହଜାଇଲାଣି। କରୋନାକୁ ନେଇ ପକ୍ଷ ବିପକ୍ଷ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ଦଳକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇପାରନ୍ତି। ଏହି ବରିଷ୍ଠ ନେତା ହେଲେ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ଅଭିସେକ୍‌ ସିଂଘୱି।

ତେବେ ଏହି ଖବର ଶୁଣିବା ପରେ ଉଭୟ କଂଗ୍ରେସ ଦଳ ଓ ସିଂଘୱି ଘଟଣାକୁ ଗୁଜବ ବୋଲି କହିଥିଲେ। ଏଭଳି କୌଣସି ଘଟଣା ଘଟିବାର ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଘଟଣାକୁ ନେଇ ସଂଘୱି  ଟ୍ୱିଟ୍‌ ପରେ ଟ୍ୱିଟ୍‌ କରିଥିଲେ। ପ୍ରତ୍ୟେକ ଟ୍ୱିଟ୍‌ରେ ସେ ସୋସିଆଲ୍‌ ମିଡିଆରେ ହେଉଥିବା ଏହି ଚର୍ଚ୍ଚାକୁ ଗୁଜବ ବୋଲି କହିଥିଲେ।

ଏଭଳି ଗୁଜବକାରୀଙ୍କୁ ଯବାବ ଦେଇ କବିଙ୍କ ସୈଳୀରେ ସଂଘ୍‌ୱି ଲେଖିଥିଲେ “ ହମାରୀ ଅଫ୍‌ବାହ କେ ଧୂଏଁ ୱହିଁ ସେ ଉଠ୍‌ତେ ହେଁ ଜାହାଁ ହମାରେ ନାମ୍‌ ସେ ଆଗ୍‌ ଲଗ୍‌ତା ହୈ।” ଅର୍ଥାତ୍‌ ମୋ ନା ନେଇ ଗୁଜବର ଧୂଆଁ ସେଇଠି ଉଠେ, ଯେଉଁଠି ମୋ ନାଁ ଧରିବା ମାତ୍ରେ ନିଆଁ ଲାଗିଯାଏ। ସିଂଘୱିଙ୍କ ଭଳି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯେୱାଲା ମଧ୍ୟ ଘଟଣାକୁ ଖଣ୍ଡନ କରିଛନ୍ତି।

You might also like