ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଛି । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଖବର ପ୍ରଘଟ ହେବା ପରେ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି ‘ଭାରତର ଉପରାଷ୍ଟ୍ରପତି’।  ସୋସିଆଲ ମିଡିଆରେ ଅନେକ ଲୋକ ଟ୍ୱିଟରର ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି ।

ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ କାହିଁକି ହଟାଇ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସୁରେଶ ନାଖୁଆ । ଏପରି ପଦକ୍ଷେପ ଭାରତର ସମ୍ବିଧାନ ପ୍ରତି ଆକ୍ରମଣ ସଦୃଶ । ସେପଟେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, , ‘ଭାରତର ଉପରାଷ୍ଟ୍ରପତି ୨୩ ଜୁଲାଇ ୨୦୨୦ ପରେ କିଛି ଟୁଇଟ୍ କରିନାହାଁନ୍ତି, ଅର୍ଥାତ ଗତ ୧୦ ମାସ ଧରି ତାଙ୍କ ଆକାଉଣ୍ଟ ନିଷ୍କ୍ରିୟ ରହିଛି । ଟ୍ୱିଟରର ନୀତି ଅନୁଯାୟୀ ନିଷ୍କ୍ରିୟ ଆକାଉଣ୍ଟରୁ ବ୍ଲୁ ଟିକ୍ ଆପେ ଆପେ ଅପସାରିତ ହୋଇଯାଏ । ସେପଟେ ଟ୍ୱିଟର ଅନୁଯାୟୀ, ବ୍ଲୁ ଟିକ୍ ଅର୍ଥ ଆକାଉଣ୍ଡ ଜନସେବା ସହ ଜଡ଼ିତ ଓ ବାସ୍ତବିକ ଅଟେ । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ବ୍ଲୁ ଟିକ ହାସଲ କରିବା ପାଇଁ ଟ୍ୱିଟର ଆକାଉଣ୍ଟ୍ ସକ୍ରିୟ ହେବା ଜରୁରୀ ।


ବର୍ତ୍ତମାନ ସମୟରେ ସରକାରୀ କମ୍ପାନୀ, ବ୍ରାଣ୍ଡ , ଅଣ-ଲାଭକାରୀ ସଂଗଠନ, ସମ୍ବାଦ ସଂଗଠନ ଏବଂ ସାମ୍ବାଦିକ, ମନୋରଞ୍ଜନ, କ୍ରୀଡା, କାର୍ଯ୍ୟକର୍ତ୍ତା, ସଂଗଠକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ଭେରିଫାଏ କରୁଛି ଟ୍ୱିଟର । ୟୁଜର୍ସଙ୍କ ମଧ୍ୟରେ ଭରୋସା ସୃଷ୍ଟି କରିବା ବ୍ଲୁ ଟିକର ଅସଲ ଉଦ୍ଦେଶ୍ୟ ।

You might also like