ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ରି-ଟ୍ୱିଟ୍‌କୁ ପେଜ୍‌ରୁ ହଟାଇଲା ଟ୍ୱିଟର୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ରି-ଟ୍ୱିଟ୍‌ ଭିଡିଓକୁ ଡିସାବଲ (ଟ୍ୱିଟର୍‌ ପେଜ୍‌ରୁ ଲୁଚାଇ ଦେବା ବା ହଟାଇଦେବା ) କଲା ଟ୍ୱିଟର। ଶନିବାର ଏକ କ୍ୟାମ୍ପେନ୍ ଷ୍ଟାଇଲ୍‌ ଭିଡିଓକୁ ରି-ଟ୍ୱିଟ୍ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ କପି ରାଇଟ୍ ସମସ୍ୟା ଥିବା ଅଭିଯୋଗ କରି ଟ୍ୱିଟର ଭିଡିଓଟିକୁ ପେଜ୍‌ରୁ ହଟାଇ ଦେଇଛି।

ତେବେ ଭିଡିଓଟିକୁ ଡିସାବଲ କରିବା ସମୟରେ ଟ୍ୱିଟର ପକ୍ଷରୁ ଏକ ନୋଟିଫିକେସନ୍ ପଠାଇଯାଇଥିଲା। ଯେଉଁଥିରେ ଲେଖାଥିଲା “ କପି ରାଇଟ ମାଲିକଙ୍କ ଅଭିଯୋଗ କ୍ରମେ ଦାୟିତ୍ୱ ସମ୍ପନ୍ନ ଭାବେ ଆମେ ଏହି ଭିଡିଓଟିକୁ ଡିସାବଲ କରୁଛୁ।” ଟ୍ରମ୍ପ ଟ୍ୱିଟ୍ କରିଥିବା ଏହି ଭିଡିଓରେ ଲିଙ୍କ୍‌ ପାର୍କ ଗ୍ରୁପ୍‌ର ମ୍ୟୁଜିକ୍‌ର। ତେଣୁ ଶନିବାର ବିଳମ୍ବିତ ରାତିରେ ଏହି ନୋଟିଫିକେସନ ସହ ଭିଡିଓଟିକୁ ପେଜ୍‌ରୁ ହଟାଇ ଦେଇଛି ଟ୍ୱିଟର। ହ୍ୱାଇଟ୍‌ ହାଉସ୍ ସୋସିଆଲ୍‌ ମିଡିଆ ଡାଇରେକ୍ଟର ଡନ୍‌ ସ୍କାଭିନୋଙ୍କ ଟ୍ୱଟ୍‌କୁ ରି-ଟ୍ୱିଟ୍ କରିଥିଲେ ଟ୍ରମ୍ପ।

ଏନେଇ ପ୍ରତିକ୍ରିୟା ଟ୍ୱିଟର ପକ୍ଷରୁ ମେଲ୍ ଯୋଗେ ପ୍ରତିକ୍ରିୟା ରଖାଯାଛି। କପିରାଇଟ୍ ଅଭିଯୋଗ ଆସିବା ପରେ ଏହାକୁ ହଟାଇଯାଇଥିବା ଜଣେ ଟ୍ୱିଟର ପ୍ରିତିନିଧୀ କହିଛନ୍ତି। ତେବେ ଏ ବିଷୟରେ ହ୍ୱାଇଟ୍‌ ହାଉସ୍‌ ତୁରନ୍ତ କୌଣସି ସ୍ପଷ୍ଟୀକରଣ ଦେଇ ନଥିବା ସେ କହିଛନ୍ତି।

ଦୁଇ ମାସ ତଳେ ଡୋନାଲ୍ଡ ଟ୍ରମ୍ପ ଓ ଟ୍ୱିଟର୍ ମଧ୍ୟରେ ତୀବ୍ର ବିବାଦ ଦେଖା ଦେଇଥିଲା। ଏପରିକି ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକୁ ସୁରକ୍ଷା ଦେଉଥିବା ଆମେରିକୀୟ ସମ୍ବିଧାନର ସେକ୍ସନ ୨୩୦କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ। ସେହିଭଳି ଟ୍ରମ୍ପଙ୍କ କେତେକ ଟ୍ୱିଟ୍‌କୁ ମିଛ ଓ ଉତ୍ତେଜକ ମନ୍ତବ୍ୟ ବୋଲି କହିଥିଲା ଟ୍ୱିଟର୍। ଫେସ୍‌ବୁକ ମଧ୍ୟ ଟ୍ରମ୍ପଙ୍କର କେତେକ ସମର୍ଥକଙ୍କୁ ବ୍ୟାନ କରିଦେଇଥିଲା।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like