ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ମାନଚିତ୍ର ତ୍ରୁଟି ନେଇ କ୍ଷମା ମାଗିଲା ଟୁଇଟର।  ସଂଯୁକ୍ତ ସଂସଦୀୟ କମିଟି ନିକଟରେ ମୌଖିକ ଭାବେ କ୍ଷମା ମାଗିଲା ଟୁଇଟର।

ସୂଚନାଥାଉ କି, ଲଦାଖର ପ୍ରମୁଖ ସହର ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି।। ଏପରିକି ଟ୍ୱିଟରକୁ ଦେଶଦ୍ରୋହ ମାମଲା ଚେତାବନୀ ଦେଇଥିଲା। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି  ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିଲେ। ।

ଏହି ଘଟମାରେ ମିନାକ୍ଷୀ କହିଥିଲେ, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ । ଏହା ଏକ ଫୌଜଦାରୀ ଅପରାଧ। ଏଥିପାଇଁ ଦୋଷୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ମିନାକ୍ଷୀ କହିଥିଲେ। ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ ଭାରତର ଯୁଗ୍ମ ସଂସଦୀୟ କମିଟି ଟ୍ୱିଟରକୁ ସମନ କରିଥିଲା। ତେଣୁ ଆଜି ଟ୍ୱିଟର କର୍ତ୍ତୃପକ୍ଷ ସଂସଦୀୟ କମିଟିରେ ଉପସ୍ଥିତ ହୋଇଥିଲେ ଏବଂ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ।

 

 

You might also like