କର୍ଣ୍ଣାଟକ ରାଜନୀତି: ଦଳକୁ ଫେରିବେ ବିଦ୍ରୋହୀ ବିଧାୟକ !

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଆଉ ଏକ ଟ୍ୱିଷ୍ଟ। ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ମିଳିଛି ଆଭାସ। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି।

ଏହା ପରେ କର୍ଣ୍ଣାଟକରେ ଲାଗି ରହିଥିବା ଅସ୍ଥିରତାରେ କିଛିଟା ସୁଧାର ଆସିବା ନେଇ ବାଟ ଫିଟିଛି ।  ଅପରପକ୍ଷେ ସବୁ ସମସ୍ୟାର ସମାଧାନ ହେବ ଏବଂ ତା’ ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଡି କେ ଶିବକୁମାର ସୂଚନା ଦେଇଛନ୍ତି।

ସେପଟେ ବିଜେପି ବିଧାୟକଙ୍କୁ ଏକାଠି ରଖି ରଣନୀତି ପ୍ରସ୍ତୁତ କରୁଛି ବିଜେପି। ବେଙ୍ଗାଲୁରୁର ଏକ ହାଟେଲରେ ଗତକାଲିଠୁ ୭୨ ବିଧାୟକଙ୍କୁ ରଖାଯାଇଛ॥  ବିଶେଷ କରି ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ୍‌ରେ କଂଗ୍ରେସ ଭୋଟିଂକୁ ଏଡାଇବା ପାଇଁ ବିଜେପି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

କୁହାଯାଉଛି,  କିଛି ବିଦ୍ରୋହୀ କଂଗ୍ରେସ ବିଧାୟକ ଏବେ ବି ମୁମ୍ବାଇର ରେନସା ହୋଟେଲରେ ଅଛନ୍ତି । ଏଥିପାଇଁ ହୋଟେଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

 

You might also like