ଭାରତୀୟ ବଜାରରେ ପ୍ରବେଶ କଲା ପ୍ରଥମ ଇଥାନଲ୍ ବାଇକ୍

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ଦେଶର ପ୍ରଥମ ଇଥାନଲ ବାଇକ୍ ବଜାରକୁ ଆଣିଛି। ଏହି ବାଇକ୍ ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ। ଏହା ପେଟ୍ରୋଲ୍ ଓ ଡିଜେଲ୍ ତୁଳନାରେ କମ୍ ପ୍ରଦୂଷଣ କରିବ।

ଆପାଚି ଆରଟିଆର ମଡେଲର ୨୦୦ ସିସିରେ ଏହି ଇଥାନଲ୍ ଚାଳିତ ବାଇକ୍ ବଜାରକୁ ଆସିଛି। ଏଫଆଇ ମଡେଲର ଏହି ଗାଡ଼ିର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି।

ତେବେ ମୁଖ୍ୟତଃ ଇଥାନଲ୍ ପ୍ରସ୍ତୁତ ହେଉଥିବା ରାଜ୍ୟରେ ଏହି ଗାଡ଼ି ଅଳ୍ପ ପରିମାଣରେ ଉପଲବ୍ଧ ହେବ।ପ୍ରାଥମିକ ଭାବେ ବିଶେଷ କରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକାରେ ଏହି ଗାଡ଼ି ବିକ୍ରି ହେବ।

ସୂଚନାଯୋଗ୍ୟ, ଏବେ କେନ୍ଦ୍ର ସରକାର ସବୁଜ ପରିବେଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିସହ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ଦେଖି ସରକାର ବ୍ୟାଟେରୀ ଚାଳିତ ଓ ଇଥାନଲ ଚାଳିତ ଗାଡ଼ି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ମଧ୍ୟ ବ୍ୟାଟେରୀ ଚାଳିତ ଗାଡ଼ି କିଣିଲେ ଋଣରେ ସୁଧ ହାର କମ୍ ପଡ଼ିବ ବୋଲି ଘୋଷଣା କରିଛନ୍ତି। ଏଥିସହ ୨୦୨୫ ସୁଦ୍ଧା ୧୫୦ସିସିରୁ କମ୍ ସିସି ଥିବା ବାଇକକୁ ବ୍ୟାଟେରୀ ଚାଳିତ କରିବାକୁ କେନ୍ଦ୍ର ସରକାର ଜୋର୍ ଦେଇଛନ୍ତି।

You might also like