ଲାଇଭ ଟେଲିକାଷ୍ଟ କରୁଥିଲେ, ବନ୍ଧୁକ ଦେଖାଇ ଲୁଟିନେଲା ଦୁର୍ବୃତ୍ତ
ଏକ୍ୟୁଏଡ଼ୋର: ଜଣେ ରିପୋର୍ଟର ଲାଇଭ ଟେଲିକାଷ୍ଟ କରୁଥିବାବେଳେ ଲୁଟ୍ର ଶିକାର ହୋଇଛନ୍ତି। ବନ୍ଧୁକ ମୁନରେ ଦୁର୍ବୃତ୍ତ ତାଙ୍କଠାରୁ ଲୁଟି ନେଇଛନ୍ତି। ଘଟଣା ଘଟିଛି ଦକ୍ଷିଣ ଆମେରିକାର ଏକ ରାଜ୍ୟ ଏକ୍ୟୁଏଡୋରରେ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହୋଇଛି।
ଫେବ୍ରୁଆରୀ ୧୨ ତାରିଖ ଘଟଣା। ‘ଦ ସନ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫୁଟବଲ ଷ୍ଟାଡିୟମ ବାହାରେ ରିପୋର୍ଟର ଜଣକ ରିପୋର୍ଟିଂ କରୁଥିଲେ। ସାମ୍ନାରେ କ୍ୟାମେରା ମ୍ୟାନ ରେକର୍ଡିଂ କରୁଥିଲେ। ଏହି ସମୟରେ ହଠାତ ଲୁଟେରା ଆସିଲେ। ରିପୋର୍ଟର ଏବଂ ତାଙ୍କ ଟିମ୍ଠାରୁ ଲୁଟ୍ପାଟ କରି ପଳାଇ ଯାଇଥିଲେ।
ଭିଡିଓରୁ ଜଣାଯାଇଛି ଘଟଣା ରୋମେରୋ କାରବୋ ମନୁମେଣ୍ଟାଲ ଷ୍ଟାଡିୟମ ବାହାରେ ଘଟିଛି । ଅପରାହ୍ନ ପ୍ରାୟ ୧ଟା ବେଳେ ଡିଏଗୋ ଓର୍ଡ଼ିନାଲୋ (Diego Ordinola) ନାମକ ଜଣ ଟିଭି ସାମ୍ବାଦିକ ସ୍ପୋର୍ଟସ ରିପୋର୍ଟିଂ କରୁଥିଲେ। ଏହି ସମୟରେ ଟୋପି ଓ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ଆସିଥିଲେ। ହଠାତ୍ ବନ୍ଧୁକ ଦେଖାଇ ରିପୋର୍ଟରଙ୍କୁ ଭୟଭୀତ କରାଇଥିଲେ। ଏହା ପରେ ତାଙ୍କଠାରୁ ଲୁଟପାଟ କରିଥିଲେ। ଲୁଟ୍ ପରେ ସଂପୃକ୍ତ ସାମ୍ବାଦିକ ଜଣକ ଟ୍ୱିଟ କରି ଏକଥା ଜଣାଇଛନ୍ତି।
ଲୁଟେରା ଜଣକ ସାମ୍ବାଦିକଙ୍କଠାରୁ ଟଙ୍କା ଲୁଟ୍ କରିବା ପରେ କ୍ୟାମେରାମ୍ୟାନଙ୍କ କ୍ୟାମେରା ନେଇଯିବାକୁ ଚେଷ୍ଟା କରିଥିଲେ। ତେବେ କ୍ୟାମେରା ନେଇ ପାରି ନ ଥିଲେ। କିଛି ସମୟ ପରେ ସେ ସେଠାରୁ ଦୌଡ଼ି ପଳାଉଛନ୍ତି ଏବଂ ସାମ୍ବାଦିକ ଟିମ୍ ତାଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଛି। କିଛି ବାଟ ଯିବା ପରେ ଲୁଟେରା ଜଣକ ତାଙ୍କର ଜଣେ ସହଯୋଗୀଙ୍କ ବାଇକରେ ବସି ଫେରାର ହୋଇଯିବାରେ ସଫଳ ହୋଇଥିଲେ। ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛି।
Ni siquiera podemos trabajar tranquilos, esto ocurrió a las 13:00 de hoy en las afueras del Estadio Monumental.
La @PoliciaEcuador se comprometió a dar con estos delincuentes. #Inseguridad pic.twitter.com/OE2KybP0Od— Diego Ordinola (@Diegordinola) February 12, 2021