ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗର ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମୁମ୍ବାଇ ଏସ୍‌ଆର୍‌ଭି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁସାରେ ଦିବ୍ୟାଙ୍କ ଅକ୍ସିଜେନ୍ ଲେବଲ ହଠାତ୍ କମିଯାଇଥିଲା। ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ମା କହିଛନ୍ତି ଯେ, ଗତ ୬ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। ସେ ବହୁତ ଅସୁସ୍ଥତା ଅନୁଭବ କରିଥିଲେ। ସେଥିପାଇଁ ମୁଁ ଦିଲ୍ଲୀ ଆସିବାପରେ ଜାଣିବାକୁ ପାଇଲି ଯେ ତାଙ୍କ ଶରୀରରେ ଅକ୍ସିଜେନ ଲେବଲ(୭୧) କମିଯାଇଥିଲା। ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ପରେ ତାଙ୍କର ଅକ୍ସିଜେନ ଲେବଲ ଆହୁରି କମିଯିବାରୁ ତାଙ୍କର ଅବସ୍ଥା ଗୁରୁତର ରହିଛି। ଏବେ ତାଙ୍କର କରୋନା ରିପୋର୍ଟ ଆସିଛି, ଯେଉଁଥିରେ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ତେବେ ଦିବ୍ୟାଙ୍କ ଏପରି ସମୟରେ ତାଙ୍କ ସ୍ୱାମୀ ଗଗନ ଉପସ୍ଥିତ ନାହାନ୍ତି। କେବଳ ସେତିକି ନୁହେଁ, ଗଗନ ଦିବ୍ୟାଙ୍କ ପରିବାରକୁ ଖବର ନଦେଇ ଏପରି ସମୟରେ ଛାଡ଼ିଦେଇ ଚାଲିଥିବାରୁ ତାଙ୍କ ମାଆ ଦୁଃଖ ପ୍ରକାଶ କରିଛନ୍ତି।

ଦିବ୍ୟା କାମ କରୁଥିବା  ‘ତେରା ୟାର ହୁଁ ମେ’ର ଟିମ୍ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ଘରୋଇ ଚାନେଲରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ଓ ଉଡାନ୍‌ରେ ଅଭିନୟ କରି ଦିବ୍ୟା ଲୋକପ୍ରିୟ ହୋଇପାରିଥିଲେ। ଏହି ସିରିୟଲରେ ସେ ଗୁଲାବୋ ଚରିତ୍ରରେ ଆସିଥିଲେ।

ଆହୁରି ପଢ଼ନ୍ତୁ:ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

Other Stories