ନା ସୁଖରେ ନା ସ୍ୱାର୍ଥରେ,ଏକାହାଣୀ ନିବିଡ ବନ୍ଧୁତ୍ୱର: ହଂସ ଓ ମଣିଷ ଭିତରେ ୩୭ ବର୍ଷର ବନ୍ଧୁତା

ତୁର୍କୀ: ବିଶ୍ୱାସର ଡୋରରେ ବନ୍ଧା ବନ୍ଧୁତା। ଭଗବାନଙ୍କର ଏକ ଆକସ୍ମିକ ଓ ଅମୂଲ୍ୟ ଉପହାର। ଦୁଃଖ ଭିତରେ ସୁଖର ଅନୁଭବ। ବନ୍ଧୁତା ସାଗର ପରି ଗଭୀର, ଆକାଶ ପରି ଅସୀମ। ଶୂନ୍ୟତାରେ ଭରିଦିଏ ଅସଂଖ୍ୟ ଖୁସିର ଫଗୁଣ। ବନ୍ଧୁତା ଦେଖେନା ଜାତିଅଜାତି, ରୂପରଙ୍ଗ, ମଣିଷ, ପଶୁପକ୍ଷୀ କି ସାନବଡ଼। ବନ୍ଧୁତା ଖୋଜେନା ରାଜା କି ପରଜା, ଆସନ ସିଂହାସନ। ବନ୍ଧୁ ଭିତରେ ନିର୍ମଳ ମନ ଟିଏ ହିଁ ଖୋଜେ ପ୍ରକୃତ ବନ୍ଧୁ। କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, ଆଉ ସବୁଦିନ ପାଇଁ ଅମର ହୋଇଯାଏ। ଏପରି ଦୁଇ ବନ୍ଧୁ ହେଲେ ମୀର୍ଜାନ ଓ ଗ୍ୟାରିକ୍। ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ମଣିଷ ଓ ହଂସର ବନ୍ଧୁତା ସମସ୍ତଙ୍କ ପାଇଁ ଉଦାହରଣ।

ଗ୍ୟାରିକକୁ କୋଳରେ ଧରିଛନ୍ତି

ରେସେପ୍ ମିର୍ଜାନ  ଜଣେ ମଣିଷ ଆଉ ଗ୍ୟାରିପ ଏକ ପକ୍ଷୀ। ତଥାପି ଘଡ଼ିଏ ଜଣେ ଜଣକୁ ନେଦେଖିଲେ ଅନ୍ଧ। ଯୁଆଡ଼େ ଯାଆନ୍ତି ସାଥୀ ହୋଇ ଯାଆନ୍ତି। ମଣିଷ ଓ ପକ୍ଷୀର ଏହି ବନ୍ଧୁତାର କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଯିବ ନିଶ୍ଚୟ। ଦୀର୍ଘ ବର୍ଷର ଏହି ନୀବିଡ଼ ସମ୍ପର୍କରେ କେବେ ଫାଟ ସୃଷ୍ଟି ହୋଇନି କି କୌଣସି ଆବିଳତା ଆସିନି। ତୁର୍କୀର ଏଡିରନ୍ ପ୍ରାନ୍ତରେ ରହୁଥିବା ରେସେପ୍ ମିର୍ଜାନଙ୍କୁ ୩୭ ବର୍ଷ ପୂର୍ବରୁ ଗୋଟିଏ ହଂସ ମିଳିଥିଲା। ଆଉ ହଂସର ଜୀବନ ରକ୍ଷକ ସାଜିବା ପରେ ବନ୍ଧୁତାରେ ମୂଳଦୁଆ ପଡ଼େ।

ସାଙ୍ଗ ମାନଙ୍କ ସହିତ ଗାଡ଼ିରେ ଯାଉଥିବା  ହଂସ ଉପରେ ମିର୍ଜାନଙ୍କର ନଜର ପଡ଼ିଥିଲା। ଡେଣା ଛିଡ଼ି ଯାଇଥିବା ବେଳେ ଏକ ଖାଲି ପଡିଆରେ ଯନ୍ତ୍ରଣାରେ ଛଟପଟ ହେଉଥାଏ ନୀରିହ ପକ୍ଷୀ। ତେବେ ହଂସଟିକୁ ଏପରି ଅବସ୍ଥାରେ ଦେଖି ନିଜକୁ ରୋକିପାରିନଥିଲେ ମିର୍ଜାନ। ତୁରନ୍ତ ଗାଡ଼ି ଅଟକାଇ ଡେରି ନକରି ହଂସଟିକୁ ‌ଉଦ୍ଧାର କରିଥିଲେ। ଶିକାର ଉଦ୍ଦେଶ୍ୟରେ କେହି ହଂସଟିକୁ ଆଘାତ ଦେଇଥିଲା। ଉଦ୍ଧାର କରିବା ପରେ ହଂସକୁ ନିଜ ଘରେ ଆଣି ରଖିଥିଲେ ଏବଂ ତା’ର ଚିକିତ୍ସା କରାଇଥିଲେ ଓ ସେବାଶୁଶ୍ରୁସା କରୁଥିଲେ। ଧୀରେ ଧୀରେ ମୀର୍ଜାନଙ୍କ ସ୍ନେହବନ୍ଧରେ ବାନ୍ଧି ହୋଇଗଲା ନିଷ୍ପାପ ପକ୍ଷୀଟି।

ସାନ୍ଧ୍ୟ ଭ୍ରମଣରେ ବାହାରିଛନ୍ତି ଦୁଇ ବନ୍ଧୁ। କିଃ ଖୁସି ଦେଖନ୍ତୁ ହଂସର . .

ଠିକ ହେବାପରେ ବି ସେମାନେ ସାଥୀ ହୋଇ ରହିଲେ। ଏବେ ଉଭୟେ ଉଭୟଙ୍କର ଧ୍ୟାନ ରଖୁଛନ୍ତି। ହଂସଟି ଯେତେବେଳେ ବି କ୍ଷେତକୁ ବୁଲି ବାହାରିଯାଏ, ମିର୍ଜାନ ପଛେ ପଛେ ବାହାରି ଯାଆନ୍ତି। କାଳେ ଶିକାରି କବଳରେ ପୁଣି ପଡ଼ିଯିବ, ସେ ଭୟରେ ପାଖେପାଖେ ଥାଆନ୍ତି। ସନ୍ଧ୍ୟା ହେଲେ ଉଭୟେ ସାଥୀ ହୋଇ ବୁଲାବୁଲି କରନ୍ତି। ପଶୁପକ୍ଷୀଙ୍କୁ ବେଶ୍ ପସନ୍ଦ କରୁଥିବା ମିର୍ଜାନ କହିଛନ୍ତି, ଆମକୁ ଉଭୟ ଉଭୟଙ୍କ ଉପସ୍ଥିତି ବହୁତ ଭଲ ଲାଗେ। ମିର୍ଜାନ ହିଁ ହଂସର ନାମ ଗ୍ୟାରିପ ରଖିଥିଲେ।

ଦେଖିବାକୁ ଗଲେ ହଂସ ମାନଙ୍କର ବୟସ ସୀମା ୧୨ ବର୍ଷ ହୋଇଥାଏ, କିନ୍ତୁ ଠିକରେ ସେବାଯତ୍ନ କଲେ ୩୦ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତିl ହେଲେ ନୂଆ ରେକର୍ଡ଼ କରି ଏହି ହଂସଟି ୩୭ ବର୍ଷରୁ ଅଧିକ ବର୍ଷ ହେଲାଣି ଜୀବିତ ଅଛି।

You might also like