କାଶ୍ମୀରରେ ସକ୍ରିୟ ଥିବା ଦୁଇ ଆତଙ୍କୀ ସଂଗଠନ ମଧ୍ୟରେ ଫାଟ

ଶ୍ରୀନଗର: କାଶ୍ମୀର ଘାଟିରେ ସକ୍ରିୟ ଥିବା ଦୁଇ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲସ୍କର ଏକ ନୂଆ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ‘ (ଟିଆରଏଫ) ଗଠନ କରିଛି।

ମିଳିଥିବା ସୂଚନା ଅନୁସାରେ, ହିଜବୁଲ୍‌ ମୁଜାହିଦ୍ଦିନର ଟପ୍ କମାଣ୍ଡର ‌ଅବାସ୍‌ ଶେଖ୍‌ ହିଜବୁଲର ହାତ ଛାଡି ଟିଆରଏଫର ହାତ ଧରିଛି। ଏହି କାରଣରୁ ଟିଆରଏଫ ଏବଂ ଲସ୍କର ଉଭୟ ହିଜବୁଲର ଟାର୍ଗେଟରେ ଅଛନ୍ତି।

ଏ ସଂକ୍ରାନ୍ତରେ  ‘Tehreek e Pupils Party’ ଶୁକ୍ରବାର ଏକ ହାତ ଲେଖା ପୋଷ୍ଟର ଜାରି କରିଛି। ଯେଉଁଥିରେ କୁହାଯାଇଛି, ଅପରେଶନାଲ କମାଣ୍ଡର ଅବାସ୍‌ ଶେଖ୍ ଶେଖ ହିଜବୁଲ ସଂଗଠନ ଛାଡ଼ି ଦେଇଛି। ଏକଥା ବି କୁହାଯାଇଛି, ହିଜବୁଲର କାଶ୍ମୀର ଘାଟିରେ ସାଧାରଣ ନାଗରିକ ଓ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ନୀତିକୁ ଅବାସ୍‌ ବିରୋଧ କରି ଆସୁଥିଲା।

ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି, ହିଜବୁଲ୍ ମୁଜାହିଦ୍ଦିନ ଛାଡ଼ିବା ପରେ ଅବାସ୍‌ ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଛି। ଟିଆରଏଫରେ ସାମିଲ ହେବା ପରେ ହିଜବୁଲ ଏବଂ ସୁରକ୍ଷାକର୍ମୀଙ୍କ ଠାରୁ ଲୁଚି ରହିବାକୁ ବାଧ୍ୟ ହେଉଛି ଅବାସ୍।‌  ଅବାସ୍ ସହ ୧୨ ଆକ୍ଟିଭ ସଦସ୍ୟ ଏବଂ ଅନେକ ଆତଙ୍କୀ ଅଛନ୍ତି।

ଅନ୍ୟପକ୍ଷେ, ଟିଆରଏଫ ମଧ୍ୟ ଅବାସ୍‌ଙ୍କ ସମ୍ପର୍କରେ ବୟାନ ଦେଇ କହିଛି, କିଛି ଦିନ ପୂର୍ବେ ଆମେ ହିଜବୁଲ ମୁ‌ଜାହିଦ୍ଦିନକୁ ଚେତାବନୀ ଦେଇଥିଲୁ ଯେ ସେମୋନେ କାଶ୍ମୀରରେ ପୁଲିସକର୍ମୀ ଏବଂ ନାଗରିକଙ୍କୁ ହତ୍ୟା କରିବା ବନ୍ଦ କରନ୍ତୁ। କିନ୍ତୁ ସମୋନେ ସୋପିଆନ ସେକ୍ଟରରେ ଜମ୍ମୁ-କାଶ୍ମୀରର ଜଣେ ପୁଲିସ କର୍ମୀଙ୍କୁ ଅପହରଣ କରି ନେଇଥିଲେ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like