ପାଞ୍ଚ ଶହ ଟଙ୍କା ପାଇଁ ଚଳନ୍ତା ଟ୍ରେନରୁ ଧକ୍କା ଦେଲେ ଟିଟିଇ : ଘଟଣାସ୍ଥଳରେ ଶ୍ରମିକଙ୍କ ଜୀବନ ଚାଲିଗଲା

  • ତରବରିଆ ଭାବେ ବିନା ଟିକେଟରେ ଯାତ୍ରା କରୁଥିଲେ ବସନ୍ତ
  • ଟିକେଟ ନଥିବାରୁ ଠେଲି ଦେଲେ ଟିଟିଇ 
  • ଜୀବନର ମୂଲ୍ୟ ଠାରୁ କ’ଣ ୫୦୦ ଟଙ୍କା ବଡ଼

ଲକ୍ଷ୍ନୌ : ସଂକ୍ରମଣର ଭୟାବହତା ଭିତରେ ହଜିଯାଉଛି ମାନବିକତା । ପାଞ୍ଚ ଶହ ଟଙ୍କା ପାଇଁ ଚାଲିଗଲା ଜୀବନ । ଚଳନ୍ତା ଟ୍ରେନରୁ ଧକ୍କା ଦେଇଦେଲେ ଟିଟିଇ । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଦିନ ମଜୁରିଆ । ସିକନ୍ଦରାବାଦରେ ରହୁଥିବା ବସନ୍ତ ନାମକ ଶ୍ରମିକ ତାଲାବନ୍ଦ କାରଣରୁ ଚାକିରି ହରାଇବା ପରେ ଗୋରଖପୁରରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସମ୍ପର୍କୀୟ ଭଉଣୀ ଓ ଭିଣୋଇଙ୍କ ସହ ଘରକୁ ଫେରୁଥିଲେ । ହେଲେ ଭୁଲବଶତଃ ଟିକେଟ କରିଥିଲେ ସୁଦ୍ଧା ସେ ଟିକେଟ ଆଣିବାକୁ ଭୁଲି ଯାଇଥିଲେ । ଟିଟିଇ ଟିକେଟ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ଟ୍ରେନରୁ ତାଙ୍କୁ ଠେଲିଦେଲେ ଟିଟିଇ ।

ତାଲାବନ୍ଦରେ ସବୁ କିଛି ବନ୍ଦ ଥିଲା । ଘରକୁ ଫେରିବା ପାଇଁ ତରବରିଆ ଭାବେ ବିନା ଟିକେଟରେ ଟ୍ରେନରେ ଚଢ଼ି ଯାଇଥିଲେ ବସନ୍ତ । ଟ୍ରେନ୍ ଲକ୍ଷ୍ନୌର ବାଦଶାହ ନାଗର ରେଳ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟିଟିଇ ଜୟ ନାରାୟଣ ଯାଦବ ଓ ଅନ୍ୟ ଜଣେ ବସନ୍ତଙ୍କୁ ଟିକେଟ୍ ଦେଖାଇବାକୁ କହିଥିଲେ । ଟିକେଟ୍ ନଥବାରୁ ୧୫୦୦ ଟଙ୍କା ଚାଲାଣ କାଟିଥିଲେ ଟିଟିଇ । ହେଲେ ଚାକିରି ହରାଇଥିବା ବେଳେ ପାଖରେ ୧୦୦୦ ଟଙ୍କା ଅଛି, ୫୦୦ ଟଙ୍କା ନାହିଁ କହି ସେତିକି ଟିଟିଇକୁ ଦେଇଥିଲେ ବସନ୍ତ ।

ଯଦ୍ୱାରା ବସନ୍ତ ଓ ଟିଟିଇଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଆଉ ରାଗରେ ବସନ୍ତଙ୍କୁ ଟ୍ରେନର ତଳକୁ ଧକ୍କା ଦେଇଦେଲେ ଟିଟିଇ । ଫଳରେ ଘଟଣାସ୍ତଳରେ ତାଙ୍କ ଜୀବନ ଚାଲି ଯାଇଥିଲା । ଚେନ ଟାଣି ଯାତ୍ରୀମାନେ ଟ୍ରେନ୍ ଅଟକାଇଥିଲେ ସୁଦ୍ଧା ସେତେବେଳେକୁ ବସନ୍ତଙ୍କର ମୃତ୍ୟୁ ହୋଇ ସାରିଥିଲା । ବସନ୍ତଙ୍କ ମୃତ୍ୟୁ ପରେ ଟିଟିଇକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ ଯାତ୍ରୀ । ବସନ୍ତଙ୍କ ମୃତ୍ୟୁ ପରେ ଟିଟିଇ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କ ସମ୍ପର୍କୀୟ ଭଉଣୀ ଓ ଭିଣୋଇ ।

ଲକ୍ଷ୍ନୌ ଚାରବାଗର ସିଓ ସଂଜୀବ କୁମାର ସିହ୍ନା କହିଛନ୍ତି, ଟ୍ରେନରୁ ପଡ଼ିଯିବାରରୁ ବସନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏଥିସହିତ ମୃତକଙ୍କ ଭଉଣୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଏହା ପରେ ପୋଲିସ ଟିଟିଇକୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି। ସେପଟେ ଯାତ୍ରୀଙ୍କ ଠାରୁ ପ୍ରବଳ ମାଡ଼ ଖାଇ ଆହତ ହେବା ପରେ ଟିଟିଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

You might also like