ଭାରତ ଛାଡ଼ିବା ପୂର୍ବରୁ ଅଭିନନ୍ଦନଙ୍କ ଭିଡିଓ ଜାରି କଲା ପାକିସ୍ତାନ

ଧରାପଡ଼ିଲା ପାକିସ୍ତାନର ଆଉ ଏକ ଚାଲ୍‌

ନୂଆଦିଲ୍ଲୀ: ଗୋଟେପଟେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ଫେରାଇ ପାକିସ୍ତାନ ଶାନ୍ତିର ବାର୍ତ୍ତ ଦେବାକୁ ଚାହୁଁଛି ବୋଲି ପ୍ରଚାର କରୁଛି। ହେଲେ ଅନ୍ୟପଟେ ତାଙ୍କୁ ଛାଡ଼ିବା ପୂର୍ବରୁ ଜାରି କରାଯାଇଥିବା ଅଭିନନ୍ଦନଙ୍କ ଭିଡିଓରେ ପାକିସ୍ତାନର ଆଉ ଏକ ଚାଲ୍‌ ଧରାପଡ଼ିଯାଇଛି।

ଭାରତ ଛାଡ଼ିବା ପୂର୍ବରୁ ଅଭିନନ୍ଦନଙ୍କ ଏକ ଭିଡିଓ ପାକିସ୍ତାନ ଜାରି କରିଛି। ସେ ଭାରତ ଛାଡ଼ିବା ପୂର୍ବରୁ ଏହି ଭିଡିଓକୁ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଏଥିରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରସଂଶା କରୁଥିବା ଏବଂ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ଏଥିରେ ତାଙ୍କୁ ଚାପରେ ରଖି ଜବରଦସ୍ତ ଭିଡିଓ ସୁଟିଂ କରାଯାଇଥିବା ସ୍ପଷ୍ଟ ଜଣାପଡୁଛି। ପ୍ରାୟ ଦେଢ଼ ମିନିଟ୍‌ର ଏହି ଭିଡିଓକୁ ପ୍ରବଳ ମାତ୍ରାରେ ଏଡିଟ୍ କରାଯାଇଥିବା ସ୍ପଷ୍ଟବାରି ହୋଇପଡୁଛି। ଏପରିକି ଏଥିରେ ପ୍ରାୟ ୨୦ଟି କଟ୍ ଥିବା ଦେଖିବାକୁ ମିଳିଛି। ଅନ୍ତର୍ଜତୀୟ ଫୋରମ୍‌ରେ ଏକ ଘରିକିଆ ହେବା ପରେ ନିଜର ଛବି ସୁଧାରିବା ପାଇଁ ପାକିସ୍ତାନ ପକ୍ଷରୁ ଏହି ହୀନ ଉଦ୍ୟମ କରାଯାଇଥିବା ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବାକୁ ପଡ଼ିଛି।

You might also like