ଟ୍ରମ୍ପ-ଟ୍ୱିଟର ବିବାଦ: ସୋସିଆଲ୍‌ ମିଡିଆ କଟକଣା ପାଇଁ ପ୍ରସ୍ତୁତ ହେଉଛନ୍ତି ଆମେରିକା ସରକାର

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟ୍ୱିଟର୍ ମଧ୍ୟରେ ତୀବ୍ର ହୋଇଛି ବିବାଦ।  ଏପରିକି ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକୁ ସୁରକ୍ଷା ଦେଉଥିବା ଆମେରିକୀୟ ସମ୍ବିଧାନର ସେକ୍ସନ ୨୩୦କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ।

ସେକ୍ସନ୍ ୨୩୦ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ୍‌ ମିଡିଆରେ କିଛି ବିବାଦୀୟ ମନ୍ତବ୍ୟ ଦିଅନ୍ତି, ତେବେ କେବଳ ସେହି ବ୍ୟକ୍ତି ଏଥିପାଇଁ ଦାୟୀ ରହିବେ  କମ୍ପାନୀ ଏଥିପାଇଁ କୌଣସି ପ୍ରକାରେ ଦାୟୀ ହେବ ନାହିଁ କି କମ୍ପାନୀକୁ ଆଇନର କାଠଗଡ଼ାକୁ ଟାଣି ହେବ ନାହିଁ।

କିନ୍ତୁ ସେକ୍ସନ୍ ୨୩୦ ହଟିଗଲେ, ଏବେ କମ୍ପାନୀଗୁଡ଼ିକ ମଧ୍ୟ ଆଇନର କାଠଗଡ଼ାକୁ ଟଣା ହେବେ। ଏହା ଦ୍ୱାରା ଫେସ୍‌ବୁକ୍, ଟ୍ୱିଟର, ଗୁଗୁଲ, ୟୁ ଟ୍ୟୁବ୍ ପରି ସଂସ୍ଥା ଅସୁବିଧାରେ ପଡ଼ି ପାରନ୍ତି।

କଂଗ୍ରେସର ଅନୁମୋଦନ କଲେ ହିଁ ଟ୍ରମ୍ପଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇପାରିବ।  ଟ୍ରମ୍ପଙ୍କ କେତେକ ଟ୍ୱିଟ୍‌କୁ ମିଛ ଓ ଉତ୍ତେଜକ ମନ୍ତବ୍ୟ ବୋଲି ଟ୍ୱିଟର୍ କହିବା, ଏପରିକି ଫେସ୍‌ବୁକ୍ ତାଙ୍କର କେତେକ ସମର୍ଥକଙ୍କୁ ବ୍ୟାନ୍ କରିବା ପରେ ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ତୀବ୍ର ହୋଇଛି।

You might also like