ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା ! ହିଂସାକାଣ୍ଡରେ ୪ ମୃତ, ଓ୍ୱାଶିଂଟନରେ କର୍ଫ୍ୟୁ
ଆମେରିକାର ଓ୍ୱାଶିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣ ପ୍ରାଣ ହରାଇଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନ ମେୟର ୧୫ ଦିନ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି ।
ଆମେରିକା : ଆମେରିକା ସଂସଦ ପରିସରରେ ଟ୍ରମ୍ପଙ୍କ ସମର୍ଥକ ଲଙ୍କାକାଣ୍ଡ ଘଟାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସୁଦ୍ଧା ଦେଶରେ ଉତ୍ତେଜନା ଜାରି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନରେ ଆମେରିକାରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି । ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରମ୍ପଙ୍କ ସମର୍ଥକଙ୍କ ଉତ୍ତେଜନାପୂର୍ଣ୍ଣ ପ୍ରତିବାଦ ଯୋଗୁଁ ସୃଷ୍ଟି ହୋଇଥିବା ସଂଘର୍ଷରେ ଆଉ ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ଅନେକ ସମୟ ସଂଘର୍ଷ ପରେ ସୁରକ୍ଷାକର୍ମୀ ମାନେ ସିନେଟରଙ୍କୁ ଉଦ୍ଧା କରିବା ସହ ସମର୍ଥକଙ୍କୁ ବାହାର କରି ସଂସଦ ହଲକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଫଳାଫଳକୁ ନେଇ ଦେଶରେ ଲଗାତାର ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ନିର୍ବାଚନ ଫଳାଫଳକୁ ନେଇ ଆମେରିକୀୟ ସଂସଦର ବୈଠକ ବେଳେ ହିଂସାକାଣ୍ଡ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନେ ରାଷ୍ଟ୍ରପତି ନିର୍ବାଚନରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ହଠାତ୍ ହ୍ୱାଇଟ୍ ହାଉସ୍ ଓ କ୍ୟାପିଟଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକ ଧସେଇ ପଶିବା ସହ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଛି।
ଟ୍ରମ୍ପ ସମର୍ଥକଙ୍କ ଉନ୍ମତ୍ତ କାଣ୍ଡ ।ଜୋ ବାଇଡେନଙ୍କ ବିଜୟକୁ ବିରୋଧ। ୟୁଏସ କ୍ୟାପିଟଲ ଗ୍ରାଉଣ୍ଡ ଭିତରକୁ ଧସେଇ ପଶିବାକୁ କଲେ ଚେଷ୍ଟା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗୁଳିମାଡ କଲା ପୋଲିସ। #JoeBiden #DonaldTrump #UnitedStates pic.twitter.com/aoJ1sx8qxQ
— ଓଟିଭି (@otvkhabar) January 7, 2021
ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନ ଯୁକ୍ତରାଷ୍ଟ୍ର ଆମେରିକାର ସଂସଦ ପରିସରରେ ଏକାଠି ହୋଇ ହଠାତ୍ ହଲ୍ଲାବୋଲ୍ କରିଥିଲେ । ବାଇଡେନଙ୍କ ପରିବର୍ତ୍ତେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟୀ କରାଯାଉ ବୋଲି ଦାବି କରିଥିଲେ । ତାଙ୍କ ଦାବିକୁ ଉପରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିବା ପରେ ଶହ ଶହ ସମର୍ଥକ ବଳପୂର୍ବକ ଓ୍ଵାସିଂଟନ୍ ସ୍ଥିତ କ୍ୟାପିଟଲ୍ ହିଲ୍ ଅଟ୍ଟାଳିକା ମଧ୍ୟକୁ ପ୍ରବେଶ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୧୫ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ସହ ଟ୍ରମ୍ପଙ୍କ ଟ୍ୱିଟର, ଫେସବୁକ ଆଦିକୁ ବ୍ଲକ୍ କରିଦିଆଯାଇଛି। ଏହାସହ କ୍ୟାପିଟାଲ ବିଲ୍ଡିଂକୁ ବନ୍ଦ କରିଦିଆଯାଇଛି । ଅନ୍ୟପଟେ ଆଇନ୍ ଉଲ୍ଲଂଘନ ଦାବିରେ ୪୦ ଜଣକୁ ଗିରଫ କରିଛି ପୋଲିସ୍।
ସେପଟେ ଆମେରିକାରେ ଦେଖା ଦେଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଓ୍ୱାଶିଂଟନ ଡିସିରେ ହୋଇଥିବା ହିଂସାକାଣ୍ଡ ଓ ଗଣ୍ଡଗୋଳ ତାଙ୍କୁ ବ୍ୟଥିତ କରିଥିବା ମୋଦି ଟ୍ୱିଟ କରି ଜଣାଇଛନ୍ତି। ତେବେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାର ସହ କ୍ଷମତା ହସ୍ତାନ୍ତର ହେବା ଉଚିିତ ବୋଲି ସେ କହିଛନ୍ତି। ବେଆଇନ ଆନ୍ଦୋଳନ ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରି ଦିଆଯିବା ଉଚିତ ନୁହେଁ ବୋଲି ମୋଦି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
Police say four people died as Trump supporters occupied the US Capitol in Washington DC. One woman was shot by the U.S. Capitol police as a mob tried to break through a barricaded door, and three died in medical emergencies, reports The Associated Press https://t.co/W1e3J1JkJf
— ANI (@ANI) January 7, 2021
#UPDATE | US lawmakers reconvene to certify Electoral College votes after the violence at the US Capitol in Washington DC. https://t.co/W1e3J1JkJf
— ANI (@ANI) January 7, 2021