‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ଅହମ୍ମଦାବାଦ୍‌: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏକାଠି ହେଲେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି।  ଅହମଦାବାଦ୍ ମୋଟେରା ଷ୍ଟାଡିୟମ୍‌ରେ ଆଜି ଆୟୋଜିତ ହୋଇଥିଲା ଐତିହାସିକ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପତ୍ନୀ ମେଲାନିଆ ଝିଅ ଇଭାଙ୍କା ସାମିଲ ହୋଇଥିଲେ। ଟ୍ରମ୍ପ ପରିବାରକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା। ବିମାନ ବନ୍ଦରରୁ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ଏବଂ ସେଠାରୁ ମୋଟେରା ଷ୍ଟାଡିୟମ…ଟ୍ରମ୍ପଙ୍କୁ ସ୍ୱାଗତ କରିବାରେ କେଉଁଠି କାର୍ପଣ୍ୟ କରିନ ଥିଲା ଭାରତ। ପାରମ୍ପରିକ ନୃତ୍ୟ, ଗୀତ, ବାଦ୍ୟ ତାଳେ ତାଳେ ଭାରତ ଯେପରି ଆତିଥେୟତା ଦେଖାଇଥିଲା, ଅଭିଭୂତ ହୋଇଯାଇଥିଲେ ଟ୍ରମ୍ପ ଦମ୍ପତ୍ତି।

ମୋଟାରା ଷ୍ଟାଡିୟମରେ ଟ୍ରମ୍ପଙ୍କ ଉଦ୍‌ବୋଧନ ମଧ୍ୟ ଦେଶବାସୀଙ୍କ ମନକୁ ଛୁଇଁ ଯାଇଛି। ନମସ୍ତେରୁ ଅଭଭାଷଣ ଆରମ୍ଭ କରି ଟ୍ରମ୍ପ ଭାରତକୁ ଭୁରୀ ଭୁରୀ ପ୍ରଂଶସା କରିଥିଲେ। ଟ୍ରମ୍ପ କହିଥିଲେ,  ଭାରତ ଏବେ ବିଶ୍ୱର ଅନ୍ୟ ଗଣତନ୍ତ୍ର ରାଷ୍ଟ୍ର ପାଇଁ ଉଦାହରଣ। ଏବେ ଭାରତୀୟ ଅର୍ଥନୀତି ନୂଆ ଶିଖରକୁ ପହଞ୍ଚିବାକୁ ଯାଉଛି। ମୋଦିଙ୍କ ପରିଶ୍ରମ ପାଇଁ ଭାରତ ବହୁତ ଭଲ ପରିସ୍ଥିତିରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ଜଣେ ଭଲ ମଣିଷ। ସେ ମୋର ଅତି ଭଲ ବନ୍ଧୁ ବୋଲି କହି ଅଭିଭାଷଣର ଆରମ୍ଭରୁ ଶେଷ ଯାଏ ପ୍ରଶଂସା କରିଥିଲେ। ଏପରିକି  ଅଭିଭାଷଣ ରୋକି ମୋଦୀଙ୍କ ସହ ହାତ ମିଳାଇଥିଲେ। ଟ୍ରମ୍ପଙ୍କ ଏଭଳି ଦୋସ୍ତିର ଶୈଳୀକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ମୋଦୀ..ମୋଦୀ ନାରା ଦେଇଥିଲେ।

ଜଣେ ଚା ବିକାଳିରୁ ମୋଦି ଦେଶର ପ୍ରମୁଖ ପଦବୀକୁ ପହଞ୍ଚିଛି। ଭାରତର ଏବେ ସମସ୍ତଙ୍କ ଘରେ ବିଦ୍ୟୁତ୍, ଗ୍ୟାସ୍ ସିଲିଣ୍ଡର ପହଞ୍ଚି ପାରିଛି। ଏବେ ଭାରତରେ ୩୨୦ ନିୟୁତ ଲୋକ ଇଣ୍ଟରନେଟ୍ ସହ ଯୋଡ଼ି ହୋଇଛନ୍ତି। ଭାରତୀୟ ଫିଲ୍ମକୁ ପ୍ରଶଂସା କରି ଦିଲ୍ ଦୁହ୍ଲନିଆ ଲେ ଜାଏଙ୍ଗେ, ସୋଲେ  ଫିଲ୍ମ  କଥା କହିଥିଲେ। ସେହିପରି ଭାରତୀୟ ପରମ୍ପରାକୁ ମଧ୍ୟ ପ୍ରଶଂସା କରିଥିଲେ। ହୋଲି, ଦିୱାଲି ଭଳି ପର୍ବ ଭାରତୀୟ ଅଖଣ୍ଡତା ଓ ଏକତାର ବଳିଷ୍ଠ ନିର୍ଦଶନ ବୋଲି ଟ୍ରମ୍ପ କହିଥିଲେ। ଏପରିକି ଅଭିଭାଷଣରେ ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ମନେ ପକେଇଥିଲେ ଟ୍ରମ୍ପ। 

ଶେଷରେ ଗଡ୍ ବ୍ଲେସ ଇଣ୍ଡିଆ, ଗଡ ବ୍ଲେସ ଆମେରିକା ଏବଂ ଓ୍ୱି ଲଭ୍ ଇଣ୍ଡିଆ.. ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହାଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର ଶେଷ ଧାଡ଼ି। ନିଜ ଅଭିଭାଷଣରେ ଭାରତର ସଂସ୍କୃତି, ବିବିଧତା, ଜ୍ଞାନ ଆଦିକୁ ମନଖୋଲି ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏଭଳି ଆତିଥ୍ୟ ସବୁଦିନ ପାଇଁ ମନେ ରହିବ। ଆମେରିକାର ହୃଦୟରେ ଭାରତର ଗୋଟିଏ ସ୍ଥାନ ରହିଛି ବୋଲି କହିଥିଲେ ଟ୍ରମ୍ପ ।

ସେହିପରି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇବା ସହ ଭାରତ-ଆମେରିକା ଦୋସ୍ତି ଲଙ୍ଗ୍ ଲିଭ୍ ବୋଲି କହିଛନ୍ତି ମୋଦି। ଟ୍ରମ୍ପ ଏତେ ଦୂରରୁ ସିଧା ଯାତ୍ରା କରି ଭାରତ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି।  ଭାରତ-ଆମେରିକା ସଂପର୍କ ଏକ ପରିବାର ଭଳି ହୋଇଛି।ଏହି ଗସ୍ତ ଉଭୟ ଦେଶର ସମ୍ପର୍କକୁ ନୂଆ ଦିଶା ଦେବ ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like