ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ: ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଗୁଡ଼ୁଥିବା ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ, ଉଭୟ ଦେଶରୁ ଭଲ ଖବର ଆସୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭିଏତନାମ୍ ଗସ୍ତରେ ଥିବା ଟ୍ରମ୍ପ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଛି। ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା କାଉଣ୍ଟର୍ ଆକ୍ରମଣ ପରେ ଏହାର ପରିସମାପ୍ତି ଆବଶ୍ୟକ ହୋଇପଡ଼ିଛି ବୋଲି ଟ୍ରମ୍ପ କହିଛନ୍ତି।

ତେବେ ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ତିକ୍ତତା କମିବ। ଏହାର ସମାଧାନ ହେବ ବୋଲି ସେ ଆଶା କରିଛନ୍ତି।  ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଥିଲେ ଟ୍ରମ୍ପ। ଆତଙ୍କୀଙ୍କୁ ସୁରକ୍ଷା ଯୋଗାଉଥିବା ପାକିସ୍ତାନ ଉପରେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ହେଲେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ହେବା ପରେ ଏନେଇ ସୁଧାର ଆଶା କରିଛନ୍ତି ଆମେରିକା ରାଷ୍ଟ୍ରପତି।

You might also like