ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ଟ୍ରମ୍ପ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ଲେଜିଅନ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଟ୍ରମ୍ପ।

ଦକ୍ଷ ନେତୃତ୍ୱ ଯୋଗୁ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜଭୁତ ହେବା ସହ ଭାରତ ବିଶ୍ୱ ଶକ୍ତି ଭାବେ ପରିଗଣିତ ହୋଇଥିବାରୁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବ୍ରିଏନ୍‌। ସେ ଟ୍ୱିଟ୍‌ କରି ଲେଖିଛନ୍ତି “ ଦକ୍ଷ ନେତୃତ୍ୱ ଯୋଗୁ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜଭୁତ ହେବା ସହ ଭାରତ ବିଶ୍ୱ ଶକ୍ତି ଭାବେ ପରିଗଣିତ ହୋଇଥିବାରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଲିଜନ ଅଫ୍ ମେରିଟ୍‌ ସମ୍ମାନ ପ୍ରଧାନ କରିଛନ୍ତି ”

ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏନେଇ ମଧ୍ୟ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି ବ୍ରିଏନ୍‌। ଦୃଢ଼ ନେତୃତ୍ୱ ଓ ମୁକ୍ତ ଇଣ୍ଡୋ-ପେସିଫିକ୍‌ ପାଇଁ ଉତ୍ତମ ପଦକ୍ଷେପକୁ ଯୋଗୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିବା ବ୍ରିଏନ୍‌ ସୂଚନା ଦେଇଛନ୍ତି।

ସେହିଭଳି ଦୃଢ଼ ନେତୃତ୍ୱ ଓ ବିଶ୍ୱରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ସାମ୍ନା କରିବାରେ ଦକ୍ଷତା ସହିତ ନିରାକରଣ ପାଇଁ ପ୍ରଚାରପ୍ରାସର ଯୋଗୁ ତାଙ୍କୁ ଲିଜିୟନ ଅଫ୍‌ ମେରିଟ୍ ପୁରସ୍କାର ମିଳିଛି।

ଏହାପୂର୍ବରୁ ଅନେକ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁ ବଡ଼ ବଡ଼ ସମ୍ମାନରେ ସମ୍ମାନିତ କରିସାରିଛନ୍ତି। ୨୦୧୬ରେ ସାଉଦି ଆରବ ପକ୍ଷରୁ ଅର୍ଡର ଅଫ୍‌ ଅଲ୍ ସାଉଦି ପୁରସ୍କାର, ଆଫିଗାନିସ୍ତାନର ଷ୍ଟେଟ୍‌ ଅର୍ଡର ଅଫ୍‌ ଗାଜି ଅମୀର ଅମନୁଲ୍ଲାହ ଖାନ(୨୦୧୬), ପାଲେଷ୍ଟାଇନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କଲାର ଅଫ୍‌ ଦି ଷ୍ଟେଟ୍‌ ଅପ୍ ପାଲେଷ୍ଟାଇନ୍‌ ଆୱାର୍ଡ(୨୦୧୮)ରେ ସମ୍ମାନିତ କରାଯାଇଛି। ସେହିପରି ୨୦୧୯ରେ ୟୁନାଇଟେଡ୍‌ ଆରବ ଏମିରେଟ୍‌ର ଅର୍ଡର ଅଫ୍‌ ଜାୟେଦ୍‌ ଆୱାର୍ଡ, ରୃଷିଆର ଅର୍ଡର ଅଫ୍‌ ଏସ୍‌ଟି ଆଣ୍ଡ୍ରିୟୁ ଆୱାର୍ଡ(୨୦୧୯) ଓ ମାଲ୍‌ଡିଭ୍‌ସ ପକ୍ଷରୁ ଅର୍ଡର ଅଫ୍‌ ଦି ଡିଷ୍ଟିଙ୍ଗୁଇସ୍‌ ରୁଲ୍‌ ଅଫ ନିଶାନ ଇଜ୍ଜୁଦିନ ଆୱାର୍ଡ ୨୦୧୯ରେ ମୋଦି ପ୍ରଦାନ କରାଯାଇଛି।

 

 

 

You might also like