G-7 ସମ୍ମିଳନୀ ପାଇଁ ମୋଦିଙ୍କୁ ଆମନ୍ତ୍ରଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ: G-7 ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । G-7 ସମ୍ମିଳନୀ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଟ୍ରମ୍ପ ଟେଲିଫୋନ୍ ଯୋଗେ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିସହ ଚୀନ୍-ଭାରତ ସୀମା ବିବାଦ ଏବଂ ଉଭୟ ଦେଶରେ କରୋନା ସ୍ଥିତି ନେଇ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସଂସ୍କାର ନେଇ ମଧ୍ୟ ଆଲୋଚନା ହୋଇଛି । ବର୍ତ୍ତମାନ ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଚନା ଦେଖା ଦେଇଛି। ଏ ସଂକ୍ରାନ୍ତରେ ମଧ୍ୟ ମୋଦି ଓ ଟ୍ରମ୍ପ ଆଲୋଚନା କରିଛନ୍ତି। ଟ୍ରମ୍ପଙ୍କ ସହ ଗଠନମୂଳକ ବାର୍ତ୍ତାଳାପ ହୋଇଥିବା ଟ୍ୱିଟ୍ ଯୋଗେ ମୋଦି ସୂଚନା ଦେଇଛନ୍ତି।

ସୂଚନାଥାଉ କି, ପ୍ରଥମଥର ପାଇଁ ଭାରତକୁ ଜି-୭ରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଥିବା ଜଣାପଡ଼ିଛି।

You might also like