ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେ ନିଶ୍ଚିତ ଭାବେ ଜିତିବୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଭୋଟ ଚୋରି କରିଥିବା ସେ ଅଭିଯୋଗ କରିଛି ଟ୍ରମ୍ପ। ଯଦି କିଛି ଗଡ଼ବଡ଼ ଜଣାପଡ଼େ, ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି।

ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା ବାଇଡେନଙ୍କ ସପକ୍ଷରେ ୨୨୭ ଓ ଟ୍ରମ୍ପଙ୍କ ସପକ୍ଷରେ ୨୧୮ ଇଲୋକ୍ଟ୍ରୋରାଲ ଭୋଟ୍ ରହିଛି।ପ୍ରାଥମିକ ପର୍ଯ୍ୟାୟ ଗଣତିରେ ଟ୍ରମ୍ପଙ୍କ ଠାରୁ ବାଇଡେନ ଆଗୁଆ ଅଛନ୍ତି। ଫ୍ଲୋରିଡା, ଜର୍ଜିଆ, ଓହାଇଓ ରାଜ୍ୟରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହୋଇଛି। ଓହାଇଓ, ନର୍ଥ କାରୋଲିନା ଏବେ ପେନସିଲଭାନିଆରେ ଜୋ ବାଇଡେନ ଆଗୁଆ ରହିଛନ୍ତି। ଅନେକ ରାଜ୍ୟରେ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଭାରତୀୟ ବଶୋଂଦ୍ଭବଙ୍କ ଭୋଟ ଏଥର ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ସମ୍ଭାବନା ରହିଛି। ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ଭାଇସ୍ ପ୍ରେସିଡେଣ୍ଟ ପ୍ରାର୍ଥୀ ହୋଇଛନ୍ତି। ପ୍ରତି ୪ ବର୍ଷରେ ଥରେ ହୋଇଥାଏ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ।

୫୦ଟି ରାଜ୍ୟକୁ ନେଇ ଗଠିତ ଆମେରିକାରେ, ମୋଟ ଇଲେକ୍ଟର ସଂଖ୍ୟା ୫୩୮ ହୋଇଥିବା ବେଳେ ଅତି କମ୍‌ରେ ୨୭୦ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଥିବା ଦଳ ସଂଖ୍ୟାଗରିଷ୍ଠତା ଲାଭ କରି ସରକାର ଗଢ଼ିଥାଏ। ସିଧାସଳଖ ନୁହେଁ ବରଂ ପରୋକ୍ଷ ପ୍ରକ୍ରିୟାରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି।  ଇଲେକ୍ଟର ମାନେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଥାନ୍ତି। ଏହି ଭୋଟକୁ ଆମେରିକାନ୍ କଂଗ୍ରେସରେ ଗଣତି କରାଯାଇ ଜାନୁଆରୀରେ ବିଧିବଦ୍ଧ ଭାବେ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ।

You might also like