ଆମେରିକାରେ ବିଦେଶୀ ନାଗରିକଙ୍କ ରହିବା ନେଇ ଟ୍ରମ୍ପ କଲେ ବଡ ଘୋଷଣା 

ୱାଶିଂଟନ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କୌଣସି ବିଦେଶୀ ନାଗରିକ  ଆମେରିକାରେ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

ଏକ  ଟ୍ୱିଟବାର୍ତ୍ତାରେ ଟ୍ରମ୍ପ କହିଛନ୍ତି   “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମକୁ ମହାନ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ମୁଁ ଆମେରିକାରେ ପ୍ରବେଶ ପାଇଁ ଆବଶ୍ୟକ ଇମିଗ୍ରେସନ ଭିସାକୁ ଅସ୍ଥାୟୀ ଭାବେ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ଶୀଘ୍ର ଏକ ଏଜ୍‌କ୍ୟୁଟିଭ ଅର୍ଡ଼ରରେ ଦସ୍ତଖତ କରିବି। ଏହାଦ୍ୱାରେ ଆମେରିକାରେ ବାହାର ଲୋକମାନେ ଅବସ୍ଥାନ କରିପାରିବେ ନାହିଁ।”

ଏହି ନିର୍ଦ୍ଦେଶନାମାର ଅର୍ଥ ଏହି ଆଦେଶ ବଳବତ୍ତର ଥିବା ଯାଏଁ ବାହାର ଦେଶର ନାଗରିକମାନେ ଆମେରିକାର ନାଗରିକତା ପାଇପାରିବେ ନାହିଁ କିମ୍ବା ଏଥିପାଇଁ ଆବେଦନ କରିପାରିବେ ନାହିଁ। ଆମେରିକାରେ ଚାକିରି ଓ ବ୍ୟବସାୟ କରିବା ପାଇଁ ଅନେକ ଲୋକ ଯାଇଥାଆନ୍ତି। କିଛି ବର୍ଷ ସେଠାରେ ରହିବା ପରେ ସେମାନେ ଆମେରିକାର ନାଗରିକତ୍ୱ ଗ୍ରହଣ କରିନିଅନ୍ତି।
ବିଶେଷ କରି ୟୁରୋପରୁ ନାଗରିକମାନେ ଆମେରିକାକୁ ଯାଇଥାଆନ୍ତି। ଭାରତ ଓ ଅନ୍ୟ ଏସିଆ ଦେଶରୁ ବି ଲୋକମାନେ ବହୁ ସଂଖ୍ୟାରେ ଆମେରିକାରେ କାମ କରିବାକୁ ଯାଉଛନ୍ତି। କିନ୍ତୁ ଏବେ ଟ୍ରମ୍ପ ସମସ୍ତ ପ୍ରକାରର ଇମିଗ୍ରେସନ ଉପରେ ରୋକ ଲଗାଇ ଦେଇଛନ୍ତି।

କରୋନା ଯୋଗୁ ଆମେରିକାରେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ୪୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। କରୋନା କଟକଣା ପାଇଁ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ପ୍ରାୟ ୨୨ ନିୟୁତ ଆମେରିକା ନାଗରିକ ବେକାରୀ ପାଇଁ ସରକାର ପ୍ରଣୟନ କରିଥିବା ଯୋଜନାର ହିତାଧିକାରୀ ହେବାକୁ ଆବେଦନ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ବଢ଼ୁଥିବାରୁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like