ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପଙ୍କ ଭବିଷ୍ୟତ ଅନ୍ଧାର !

ୱାଶିଂଟନ୍: ନିର୍ବାଚନ ଫଳାଫଳକୁ ଅମାନ୍ୟ, ନିର୍ବାଚନରେ ଜାଲିଆତି ନେଇ ମିଥ୍ୟା ଅଭିଯୋଗ ଓ ନିଜ ସମର୍ଥକଙ୍କୁ ଉସୁକାଇ କ୍ୟାପିଟଲ ହିଲ୍ କବ୍‌ଜା। ବିଶ୍ୱର ସର୍ବପୂରାତନ ଗଣତନ୍ତ୍ରର ମର୍ଯ୍ୟାଦାହାନୀ ଅଭିଯୋଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ଗୃହୀତ ହୋଇଛି ମହାଭିଯୋଗ ପ୍ରସ୍ତାବ। ଏହା ସପକ୍ଷରେ ୨୩୨ଟି ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ପଡିଛି ୧୯୭ ଭୋଟ୍ ଉଲ୍ଲେଖନୀୟ ହେଉଛି। ତାଙ୍କ ନିଜ ଦଳ ରିପବ୍ଲିକାନ୍ ପାର୍ଟିର ବରିଷ୍ଠ ନେତା ଲିଜ୍ ଚେନିଙ୍କ ସହ ୧୦ ଜଣ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି।

ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇଦେବାକୁ ଡେମୋକ୍ରାଟଇକାନ୍ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ନିବେଦନ କରିଥିଲେ। ତେବେ ପେନ୍ସ ଏଥିରେ ରାଜି ନହେବାରୁ ଟ୍ରମ୍ପ ପୁଣି ମହାଭିଯୋଗର ସମ୍ମୁଖୀନ ହୋଇଛନ୍ତି।

ଏପଟେ ନିଜ ସମର୍ଥକମାନଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନେ ଏକଜୁଟ୍ ହେବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଆମେରିକା ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। କ୍ୟାପିଟଲ ହିଲ୍ ହିଂସାକୁ ନିନ୍ଦା କରିବା ସହ ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି। ତେବେ ତାଙ୍କ ବିରୁଦ୍ଧରେ ଗୃହିତ ମହାଭିଯୋଗ ପ୍ରସ୍ତାବ ସଂପର୍କରେ ଟ୍ରମ୍ପ କିଛି କହିନାହାନ୍ତି।

ଆମେରିକୀୟ ଗଣତାନ୍ତ୍ରିକ ଇତିହାସରେ ପ୍ରଥମ। ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଗୃହୀତ ହୋଇଛି ମହାଭିଯୋଗ ପ୍ରସ୍ତାବ। କ୍ୟାପିଟଲ୍ ହିଲ୍ ହିଂସା ଉସୁକାଇବା ଅଭିଯୋଗରେ ଆମେରିକୀୟ କଂଗ୍ରେସ ତାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରିଛି। ଏମିତିକି ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନ ପାର୍ଟିର ୧୦ ଜଣ ସାଂସଦ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଟ୍ରମ୍ପଙ୍କ କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ଏବେ ସିନେଟ୍‌ର ଶୁଣାଣି ସମ୍ଭାବନା କମ୍। ତେବେ ପଦରୁ ଯିବା ପରେ ମଧ୍ୟ ତାଙ୍କ ମୁଣ୍ଡରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲିବ। ଦୋଷୀ ସାବ୍ୟସ୍ତ ହେଲେ ସେ ଆଗକୁ ନିର୍ବାଚନ ଲଢିପାରିବେ ନାହିଁ।

ମହାଭିଯୋଗକୁ ନେଇ ଟ୍ରମ୍ପ ଯଦି ଦୋଷୀ ସାବ୍ୟସ୍ତ ଦୁଅନ୍ତି। ତେବେ ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିବ। ଅର୍ଥାତ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ। ସେହିପରି ରିପବ୍ଲିକାନ ପାର୍ଟିର ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯିବ। ଅଧିକାଂଶ ଆମେରିକୀୟ କ୍ୟାପିଟାଲ୍ ହିଲ୍ ହିଂସାକୁ ପସନ୍ଦ କରୁନଥିରୁ ଦଳ ପ୍ରତି ସମର୍ଥନ କରିବା ସହ ଡୋନେସନ ପରିମାଣ ବି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି।

ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ ଫେସ୍‌ବୁକ୍‌ ଏବଂ ଟ୍ୱିଟର ପରେସ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଏହାସହ  ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି।

ୟୁଟ୍ୟୁବ୍‌ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ ଟ୍ରମ୍ପଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ ହୋଇପାରିବ ନାହିଁ। ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଚ୍ୟାନେଲ ଆମ ଦ୍ୱାରା ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରିଛି। ବର୍ତ୍ତମାନ ଆମେରିକାରେ ଚାଲିଥିବା ହିଂସାକାଣ୍ଡ ପାଇଁ ଟ୍ରମ୍ପ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଥିଲେ।

You might also like