ଦୁଇ ବିଶ୍ୱନେତାଙ୍କୁ ଗୋଟିଏ ଫ୍ରେମ୍‌ରେ ଆଣିଲେ ନାବାଳକ

ହ୍ୟୁଷ୍ଟନ: ଯେଉଁ ନେତାଙ୍କୁ ଦେଖା କରିବା ସାତ ସପନ ହୋଇଯାଏ, ସେହି ଭଳି ଦୁଇ ବିଶ୍ୱ ନେତାଙ୍କୁ ଗୋଟିଏ ଫ୍ରେମ୍‌ରେ ଆଣିଲେ ନାବାଳକ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ରମୋଦିଙ୍କ ସହିତ ସେଲ୍‌ଫି ଉଠାଇଲେ। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

Image result for modi trump selfie

ଆମେରିକାର ହ୍ୟୁଷ୍ଟନ ସହରରେ ଅନୁଷ୍ଠିତ ବହୁଚର୍ଚ୍ଚିତ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। ଏହି ଦୁଇ ନେତାଙ୍କୁ ସ୍ୱାଗତ କରିବା ପାଇଁ କିଛି ଭାରତୀୟ ପିଲା ପାରମ୍ପରିକ ପୋଷାକ ପିନ୍ଧି ସେଠି ଠିଆ ହୋଇଥିଲେ।

Image result for modi trump selfie

ଦୁଇ ନେତା ହସି ହସି ସେଇବାଟ ଦେଇ ଆସିବା ବେଳେ ଧଳା ପୋଷାକ ପିନ୍ଧିଥିବା ଜଣେ ଛୋଟ ପିଲା ହଠାତ୍ ଧାଡ଼ିରୁ ବାହାରି ଆସି ଏକ ସେଲ୍‌ଫି ନେବାକୁ ଟ୍ରମ୍ଫ ଓ ମୋଦିଙ୍କୁ ଅନୁରୋଧ କରିଥିଲେ। ଆଉ ଏ ପୂରା ଘଟଣା ଘଟୁଥିଲା ଆମେରିକା ମିଡିଆର ଶହ ଶହ କ୍ୟାମେରା ଆଗରେ। ତେଣୁ ଦୃଶ୍ୟଟି ବେଶ୍‌ ରୋଚକ ହୋଇଗଲା।

ପିଲାଟିର ଅନୁରୋଧରେ ଟ୍ରମ୍ପ ଓ ମୋଦି ରାଜି ମଧ୍ୟ ହୋଇଗଲେ। ପିଲାଟି ନିଜ କ୍ୟାମେରା ବାହାର କରି ସେଲ୍‌ଫି ମୋଡ୍‌କୁ ଆଣିଲା ଓ ଦୁଇ ବିଶ୍ୱନେତା ମୋଦି ଓ ଟ୍ରମ୍ପ କିଛି ସମୟ ତା କାନ୍ଧରେ ହାତ ପକେଇ ପୋଜ୍ ଦେଲେ। ବାସ୍‌ କ୍ୟାମେରା ସାଉଣ୍ଡ ହେବା କ୍ଷଣି ଦୁଇ ଶକ୍ତିଶାଳି ନେତାଙ୍କ ହସହସ ମୁହଁ ସେଇ କୁନି ପିଲାଟି ସହିତ ଗୋଟିଏ ଫ୍ରେମ୍‌ରେ ବାନ୍ଧି ହୋଇଗଲା। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଏହାକୁ ହିଷ୍ଟୋରିକ୍ ସେଲ୍‌ଫ୍‌ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରି ମଧ୍ୟ ସେହି ମୂହୁର୍ତ୍ତକୁ ଟ୍ୱିଟ୍ କରାଯାଇଛି। ଏହାପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ସେଲ୍‌ଫିକୁ ନେଇ ସୋଶାଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଚ୍ୟାଲେଂଜ ଦେଇଛନ୍ତି।  ସେ ଲେଖିଛନ୍ତି ଏହି ଶ୍ରେଷ୍ଠ ସେଲ୍‌ଫି ଆପଣମାନେ ପାଇଛନ୍ତି କି ?

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like