ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ
ୱାଶିଂଟନ: ନିର୍ବାଚନ ପୂର୍ବରୁ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଉଭୟେ କରୋନା ଟେଷ୍ଟ କରାଇଥିଲେ। ଉଭୟଙ୍କର ପଜିଟିଭ ଆସିଛି। ଟ୍ରମ୍ପ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସୂଚନାଥାଉ କି, ହୋପ ଟ୍ରମ୍ପଙ୍କ ପ୍ରେସିଡେନ୍ସିଆଲ କ୍ୟାମ୍ପେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ଗତ କିଛି ଦିନ ଧରି ସେ ଟ୍ରମ୍ପଙ୍କ ସହ ତାଙ୍କ ବିମାନ ଏୟାରଫୋର୍ସ-୧ରେ ଯାତ୍ରା କରୁଥିଲେ। ହୋପଙ୍କର ପଜିଟିଭ ଆସିବା ପରେ ଉଭୟେ କ୍ୱାରେଣ୍ଟିନରେ ଥିଲେ।
ତେବେ ଉଭୟେ କେତେ ଦିନ ଆଇସୋଲେସନରେ ରହିବେ ତାହା ଟ୍ରମ୍ପ ସୂଚନା ଦେଇ ନାହାନ୍ତି। ତେବେ ହେଲ୍ଥ ଏକ୍ସପର୍ଟ ତାଙ୍କୁ ୧୪ ଦିନ କ୍ୱାରେଣ୍ଟିନ ରହିବାକୁ ପରାମର୍ଶ ଦେଇଛନ୍ତି।
US President Donald Trump, First Lady Melania test #COVID19 positive. pic.twitter.com/c8znUxDldS
— OTV (@otvnews) October 2, 2020