ପୁଣି WHOକୁ ଟାର୍ଗେଟ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି ।କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ  ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛି ଟ୍ରମ୍ପ ପ୍ରଶାସନ।

ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ନେଇ ପୁୁନର୍ବିଚାର କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ବିଶ୍ୱ  ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମଙ୍କୁ ଚିଠି ଲେଖିଛନ୍ତି।

ଆମେରିକାର ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଥିବା ଏକ ସଂସ୍ଥାକୁ ଆମେରିକାର କରଦାତାଙ୍କ ଅର୍ଥ ଦିଆଯିବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛନ୍ତି। ଆମେରିକା ପକ୍ଷରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଦିଆଯାଉଥିବା ପାଣ୍ଠିକୁ ଏବେ ସାମୟିକ ସ୍ଥଗିତ କରାଯାଇଛି ।

କରୋନା ସଂକ୍ରମଣ ରୋକିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନାଥାଉ କି, ଆମେରିକାରେ କରୋନା ଭୟାବହ ରୂପ ନେଉଛି। ଦେଶରେ ୧୫ ଲକ୍ଷ ୪୯ ହଜାର ୨୩୯ ଜଣ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୯୧ ହଜାର ୯୦୪ରେ ପହଞ୍ଚିଛି।  ତେବେ ଦେଶରେ ୩ ଲକ୍ଷ ୫୪ ହଜାର ୩୩୦ ଜଣ ସୁସ୍ଥ ହୋଇଥିବା ଆଶ୍ୱସ୍ତି ଦେଇଛି।  ସେପଟେ ରୁଷିଆରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୟୁରୋପୀୟ ଦେଶକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ରୁଷିଆ। ଏଠାରେ ଅଗତକାଲି ନୂଆ ୮ ହଜାର ୯୨୬ଟି ପଜିଟିଭ୍ ଚିହ୍ନଟ ହେବାପରେ ସହ ରୁଷିଆରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ୬୭୮ ହୋଇଛି ।ସେହିପରି ସ୍ପେନ, ବ୍ରାଜିଲ, ଇଟାଲୀରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛ॥

କରୋନା ବିଶ୍ୱରେ ଆତଙ୍କ ଖେଳାଇବା ପଛରେ ଚୀନର ହାତ ରହିଛି ବୋଲି ଆମେରିକା ଅଭିଯୋଗ କରି ଆସିଛି । ଏପରିକି ଚୀନ ତଥ୍ୟ ଲୁଚାଇବା ଏବଂ ସଂକ୍ରମଣ ରୋକିବା ଦିଗରେ ଉଚିତ୍‌ ପଦକ୍ଷେପ ନ  ନେବା ଯୋଗୁ ସ୍ଥିତି ଏପରି ଭୟବହ ହେଲା ବୋଲି ଆମେରିକା କହି ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚୀନକୁ ସମର୍ଥନ କରୁଥିବାରୁ ଆମେରିକା ଅସନ୍ତୋଷ ପ୍ରକାଶ କରିଥିଲା।

You might also like