ଏହାକୁ କୁହାଯାଏ ବୋଧହୁଏ ପ୍ରକୃତ ପ୍ରେମ….ଭାଲେଣ୍ଟାଇନ୍ସ ଡେ’ରେ ସ୍ତ୍ରୀଙ୍କୁ କିଡନୀ ଦେଲେ ସ୍ୱାମୀ

ସ୍ତ୍ରୀଙ୍କୁ କିଡନୀ ଦେଲେ ସ୍ୱାମୀ

ଗାନ୍ଧୀନଗର: ଭାଲେଣ୍ଟାଇନ୍ସ ଡେ’କୁ କିଛି ନିଆରା ଢଙ୍ଗରେ କରିବାକୁ ପ୍ରେମୀଯୁଗଳମାନେ ଅନେକ କିଛି ଚିନ୍ତା କରିଥାଆନ୍ତି ବା ସ୍ୱପ୍ନ ଦେଖିଥାଆନ୍ତି। କିନ୍ତୁ ଏହି ଦିନ ଯେ, କେବଳ ପ୍ରେମୀଯୁଗଳଙ୍କ ପାଇଁ ତାହା ନୁହେଁ। ଗୁଜୁରାଟରେ ଏମିତି ଏକ ଘଟଣା ସାମ୍ମାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି। ମିଳିଥିବା ସୂଚନା ଅନୁସାରେ, ଭାଲେଣ୍ଟାଇନ୍ସ ଡେ’ରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ କିଡନୀ ଦାନ କରି ଏବେ ଚର୍ଚ୍ଚାରେ ଅଛନ୍ତି।

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମରେ ଭିଜିଥିବା ପ୍ରେମୀ ତା’ର ପ୍ରେମିକାକୁ କେତେ କ’ଣ ଉପହାର ଦିଏ। ହେଲେ ଗୁଜୁରାଟରେ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କ ପାଇଁ ଏମିତି କିଛି କରି ଦେଖାଇଛନ୍ତି, ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ସେ ତାଙ୍କ ପ୍ରକୃତ ପ୍ରେମର ନିଦର୍ଶନ ଦେଖାଇଛନ୍ତି ପତ୍ନୀଙ୍କୁ ନିଜର ଏକ କିଡ଼୍‍ନୀ ଉପହାର ଦେଇ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ବାସିନ୍ଦା ବିନୋଦ ପଟେଲ ଓ ରୀତା ପଟେଲ୍‌ଙ୍କ ବିବାହକୁ ଏହାରି ମଧ୍ୟରେ ୨୩ ବର୍ଷ ପୂରିଛି। ବେଶ ସୁଖ ସଂସାରରେ ଚାଲିଥିବା ଉଭୟଙ୍କ ସଂସାର। କିନ୍ତୁ କିଡ଼ନୀ ରୋଗରେ ପୀଡ଼ିତ ହେଲେ ସ୍ତ୍ରୀ। କିନ୍ତୁ ଏ କଥା ଜଣାପଡ଼ିବା ପରେ ଭାଙ୍ଗି ପଡ଼ି ନାହାଁନ୍ତି ବିନୋଦ। ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜର ଏକ କିଡ୍‌ନୀକୁ ଉପହାର ଦେଇଛନ୍ତି । ତାହା ପୁଣି ଭାଲେଣ୍ଟାଇନ୍‌ ଡେ’ ରେ। ତେବେ କିଡ଼ନୀ ଦେବା ନେଇ ବିନୋଦ କହିଛନ୍ତି ଯେ, ଆମେ ଅଗ୍ନିଙ୍କୁ ସାକ୍ଷୀ ରଖି ସାତଜନ୍ମର ସାଥୀ ହୋଇଥିଲୁ। ତେଣୁ ଯେ, କୌଣସି ପରିସ୍ଥିତିରେ ଆମେ ବି ହାତ କେବେ ଛାଡିବି ନାହିଁ। କିଡନୀ ଖରାପ ହେଲେ କଣ ହେଲା ମୋର କିଡ଼ନୀ ଅଛି। ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି ବିନୋଦ କହିଛନ୍ତି।

ଭାଲେଣ୍ଟାଇନ ଡେ’ ଅର୍ଥାତ୍‌ ୧୪ ଫେବ୍ରୁଆରୀରେ ତାଙ୍କର ବିବାହ ହୋଇଥିଲା । ଗତକାଲି ମଧ୍ୟ ତାଙ୍କର ଥିଲା ବିବାହ ବାର୍ଷିକୀ । ତେଣୁ ଆଜିର ଦିନରେ ସେ ତାଙ୍କର ପତ୍ନୀଙ୍କୁ ନିଜର ଏକ କିଡନୀ ଦାନ କରିଛନ୍ତି । ଅହମ୍ମଦାବାଦର ଏକ ପ୍ରାଇଭେଟ୍‌ ହସ୍‌ପିଟାଲରେ ପତ୍ନୀଙ୍କର ସର୍ଜରୀ ହୋଇ କିଡନୀ ପ୍ରତିରୋଣ ହୋଇଛି । ବିନୋଦଙ୍କର ଏହି ଉପହାର ପତ୍ନୀଙ୍କ ଜୀବନ ବଞ୍ଚାଇ ପାରିଛି । ତେବେ ଏହି ଘଟଣା ସାରା ଦେଶରେ ବେଶ୍‌ ଚର୍ଚ୍ଚା ଜୋର ଧରିଛି।

You might also like