ତେଲେଙ୍ଗାନାରେ ଟିଆର୍‌ଏସ୍ ସରକାର !

ଟ୍ରେଣ୍ଡ ଅନୁସାରେ TRSକୁ ଦୁଇ-ତୃତୀୟାଂଶ ବହୁମତ

ହାଇଦ୍ରାବାଦ :  କେ. ଚନ୍ଦ୍ରଶେଖର ରାଓ କେଉଁ ରିସ୍କ ନେଇଥିଲେ, ତାହା କାମ ଦେଇଛି। ଟ୍ରେଣ୍ଡ ଅନୁସାରେ ତେଲେଙ୍ଗାନାରେ ସ୍ପଷ୍ଟ  ବହୁମତ ସହିତ ପୁଣି କ୍ଷମତାକୁ ଫେରୁଛି ଟିଆର୍‌ଏସ୍। ସେଥିପାଇଁ ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି।

ବାଣ ଫୁଟାଇ, ରଙ୍ଗ ଖେଳି ସେମାନେ ଉତ୍ସବ ପାଳନରେ ମାତି ଗଲେଣି। ଟ୍ରେଣ୍ଡ ଅନୁସାରେ ଟିଆର୍‌ଏସ୍ ଏକ ପ୍ରକାର କ୍ଲିନ ସୁଇପ୍ କରୁଛି। ଏହି ଦଳ ୧୧୯ଟି ଆସନରୁ ୯୬ଟି ଆସନରେ ଆଗେଇଛି।

କଂଗ୍ରେସ, TDP, ସିପିଆଇ ଓ ତେଲେଙ୍ଗାନା ଜନ ସମିତିର ମିଳିତ ଶକ୍ତି ପରାସ୍ତ । ମହାକୁଟୁମ୍ବୀ ନାଁରେ ପରିଚିତ ଏହି ମେଣ୍ଟ ୨୦ଟି ଆସନରେ ସୀମିତ ରହିଛି।  ତେଲେଙ୍ଗାନାରେ ବିଜେପିର ଏତେ ଗୁରୁତ୍ୱ ନାହିଁ।

You might also like