ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଅାରଙ୍କୁ ଝଟକା

ଟିଅାରଏସ ଛାଡିଲେ ସାଂସଦ ବିଶେଶ୍ୱର ରେଡ୍ଡୀ

ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଟିଅାରଏସ୍‌କୁ ଝଟକା। ଦଳର ବରିଷ୍ଠ ସାଂସଦ ବିଶେଶ୍ୱର ରେଡ୍ଡୀ ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଅାରଏସ୍‌ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ସେ ତାଙ୍କ  ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

୩ ପୃଷ୍ଠା ସମ୍ବଳିତ ଏହି ଇସ୍ତଫା ପତ୍ରରେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଏବଂ ଉଚିତ ମର୍ଯ୍ୟାଦା ଦିଅାଯାଉନଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ରେଡ୍ଡୀଙ୍କ ଇସ୍ତଫା କେ.ଚନ୍ଦ୍ରଶେଖର ରାଓଙ୍କୁ ଏକ ବଡ କ୍ଷତି ପହଂଚାଇବ ବୋଲି କୁହାଯାଇଛି।

ସେପଟେ ତାଙ୍କର ଏହି ଇସ୍ତଫା ପରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଅାଜି ଏନେଇ ସେ କଂଗ୍ରେସ୍‌ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଇଞ୍ଜିନିୟରରୁ ରାଜନେତା ହୋଇଥିବା ବିଶେଶ୍ୱର ରେଡ୍ଡୀ ତେଲେଙ୍ଗାନାର ସବୁଠାରୁ ଧନୀ ସାଂସଦ ଭାବେ ପରିଚିତ। ତେଲେଙ୍ଗାନାରେ ରେଡ୍ଡୀ ସମୁଦାୟ ଉପରେ ତାଙ୍କ ବିଶେଷ ପ୍ରଭାବ ରହିଥିବା କୁହାଯାଏ। ବିଶେଶ୍ୱର ରେଡ୍ଡୀ ବର୍ତ୍ତମାନ ଚେଲେଭାରୁ ସାଂସଦ ଅଛନ୍ତି।

You might also like