ଶିଖ୍‌ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ନେଇ ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଅଡ଼ୁଆ ବଢ଼ିଛି। ବହୁଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ରହିଥିବା ଅଭିଯୋଗର ପୁଣିଥରେ ତଦନ୍ତ କରିବାକୁ ଏସ୍‌ଆଇଟି ନିଷ୍ପତ୍ତି ନେଇଛି। ଅର୍ଥାତ ତଦନ୍ତ ବେଳେ ଏସ୍‌ଆଇଟି କମଲନାଥଙ୍କୁ ଜେରା ମଧ୍ୟ କରିପାରିବ।

୧୯୮୪ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ତାଙ୍କର ଦୁଇ ଜଣ ଶିଖ୍‌ ସଂପ୍ରଦାୟର ଅଙ୍ଗରକ୍ଷୀ ଗୁଳି କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ କମଲନାଥ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

ଅକାଳି ଦଳ ନେତା ମଞ୍ଜିନ୍ଦର ଏସ ସିରସା କହିଛନ୍ତି, “ଏସ୍‌ଆଇଟି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ପୁଣି ତଦନ୍ତ କରିବ। ଏହା ଆମ ଦଳ ପାଇଁ ଏକ ବଡ଼ ବିଜୟ। ୧୯୮୪ରେ ଶିଖ ସଂପ୍ରଦାୟର ଲୋକଙ୍କୁ ନରସଂହାର କରାଯାଇଥିଲା। ଗତବର୍ଷ ଏହି ମାମଲାର ପୁଃନ ତଦନ୍ତ ପାଇଁ ମୁଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିବେଦନ କରିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କମଲନାଥଙ୍କ ବିରୋଧରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଜଣ ସାକ୍ଷୀ କମଲନାଥଙ୍କ ବିରୋଧରେ ମୁହଁ ଖୋଲିବାକୁ ପ୍ରସ୍ତୁତ ରହିଛନ୍ତି। ସେମାନଙ୍କ ସହ ଆଜି ମୁଁ କଥା ହୋଇଛି।

ସେମାନେ ଏସ୍‌ଆଇଟି ଯେବେ ଚାହିଁବ, ସେମାନଙ୍କ ବୟାନ ରେକର୍ଡ କରିପାରିବ ବୋଲି ସହମତି ପ୍ରକାଶ କରିଛନ୍ତି। ଦିଲ୍ଲୀର ଗୁରୁଦ୍ୱାର ରାକବଗଞ୍ଜରେ ଶିଖମାନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଗଣ୍ଡଗୋଳରେ କମଲନାଥ ସାମିଲ ହୋଇଥିଲେ। ତେଣୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ତୁରନ୍ତ କମଲନାଥଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ କୁହନ୍ତୁ।”

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like