ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ରୁମ୍‌ରେ ପୋତିଦେଲେ ମହିଳା

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲା ନିକଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ବେଡ୍‌ରୁମ୍‌ରେ ପୋତି ଦେଇଛନ୍ତି। ତେବେ ଏହି ଘଟଣା ପରେ ପତ୍ନୀ ନିଜ ସନ୍ତାନ ସହ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଗରତାଲାଠାରୁ ୨୦୦ କିମି ଦୂର ଢଲାଇ ଜିଲ୍ଲାର ଗଣ୍ଡଚେରାରେ ୩୦ ବର୍ଷୀୟ ସଞ୍ଜିତ ରେନଗ ତାଙ୍କର ପତ୍ନୀ ଭାରତୀ (୨୫ ବର୍ଷ) ଏବଂ ଝିଅ (୬ବର୍ଷ) ସହ ରହୁଥିଲେ। ଶୁକ୍ରବାର ରାତିରେ ଭାରତୀ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ବେଡ୍‌ ରୁମ୍‌ରେ ପୋତି ଦେଇଥିଲେ।

ପୋଲିସର କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ଏକ ଓଜନିଆ ଜିନିଷରେ ପ୍ରହାର କରାଯାଇଛି। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳାଙ୍କୁ ଜେଲ ପଠାଇ ଦିଆଯାଇଛି। ହତ୍ୟାକାଣ୍ଡ ନେଇ ତାଙ୍କୁ ପଚରାଉଚରା ଚାଲିଛି। ତେବେ ମହିଳାଜଣକ କାହିଁକି ତାଙ୍କ ସ୍ୱାମୀଙ୍କୁ ହତ୍ୟା କଲେ ଏବଂ ହତ୍ୟା ପରେ କାହିଁକି ଆତ୍ମସମର୍ପଣ କଲେ ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like