ଆଜି ଲୋକସଭାରେ ଉପସ୍ଥାପିତ ହେବ ଟ୍ରିପଲ୍ ତଲାକ ବିଲ୍

ନୂଆଦିଲ୍ଲୀ :  ଆଜି ଲୋକସଭାରେ ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ ବିଲ୍ ଉପରେ ଆଲୋଚନା ହେବା ସଂଭାବନା ରହିଛି। ଟ୍ରିପଲ୍ ତଲାକକୁ ଅପରାଧିକ ମାମଲାରେ ଅର୍ନ୍ତଭୁକ୍ତ କରିବାକୁ ହୋଇଥିବା ସଂଶୋଧନକୁ ଆଜି ଲୋକସଭାରେ ଉପସ୍ଥାପିତ କରାଯିବ ।

ଟ୍ରିପଲ୍ ତଲାକରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଏବଂ ଜୋରିମାନା ଭଳି ଦଣ୍ଡ ଲଗାଇବା ପାଇଁ ଏହି ବିଲ୍‌ରେ ସଂଶୋଧନ କରାଯାଇଛି। ଯାହାକୁ କିଛି ଆଞ୍ଚଳିକ ଦଳ ବିରୋଧ କରିଥିଲେ । ଏହାପୂର୍ବରୁ ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ତେବେ ବିରୋଧ ସତ୍ତ୍ୱେ ପାରିତ ହୋଇ ରାଜ୍ୟସଭାକୁ ଯାଇଛି। ରାଜ୍ୟସଭାରେ ଏହା ପାରିତ ହୋଇପାରିନି।

ଏନ୍‌ଡିଏର ସହଯୋଗୀ ଜେଡିୟୁ, AIMIM ଏବଂ କିଛି ଆଞ୍ଚଳିକ ଦଳ ଏହାକୁ ବିରୋଧ କରିଛନ୍ତି । ସେପଟେ ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ ଏହାକୁ ଲୋକସଭାରେ ଉପସ୍ଥାପନ କରାଯିବ। ଏନେଇ ଦଳ ପକ୍ଷରୁ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଛି।

You might also like